ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ଭାଜପାର ଇତିହାସ

ଜାକର୍ତ୍ତା,୨୪।୨: ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ଭାଜପାର ଇତିହାସ ସମ୍ପର୍କରେ ପାଠପଢ଼ାଯିବ। ଭାଜପା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଥିବା ଏକ ପୁସ୍ତକକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ ସଦସ୍ୟ ହଦଜା ମିନ୍‌ ଫଦଲି ସୂଚନା ଦେଇଛନ୍ତି। ଭାରତର ସାଧାରଣ ନିର୍ବାଚନରେ ଭାଜପା ୨ ଥର ସଫଳତା ହାସଲ କରିଥିବାରୁ ଦଳ ବିଷୟରେ ଆବଶ୍ୟକ ତଥ୍ୟକୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶାନ୍ତନୁ ଗୁପ୍ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ ଭାରତୀୟ ଜନତା ପାର୍ଟି: ଅତୀତ, ବର୍ତ୍ତମାନ, ଭବିଷ୍ୟତ, ବିଶ୍ୱର ବୃହତ ରାଜନୈତିକ ଦଳର କାହାଣୀ’କୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ୍‌ କରାଯିବ। ଏହା ଦକ୍ଷିଣ ଏସିଆ ଅଧ୍ୟୟନରେ ପିଜି ଡିଗ୍ରୀ କରୁଥିବା ଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମରେ ପଢ଼ାଯିବ।

Share