ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୧୪।୭: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପରେ ରବିବାର ୭.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୯ଟା ୧୦ରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଉପକୂଳ ସହର ଲାଓ୍ବିଠାରୁ ୧୨୦ କିଲୋମିଟର ଦୂରରେ ରହିଥିଲା। ଏଥିରେ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳି ନ ଥିବା ବେଳେ ସୁନାମି ସତର୍କତା ମଧ୍ୟ ଜାରି କରାଯାଇ ନାହିଁ।

Share