ଇଣ୍ଡୋନେସିଆରେ ଆସିପାରେ ସୁନାମି

ଜାକର୍ତ୍ତା,୨।୮: ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଉପକୂଳରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୮। ସ୍ଥାନୀୟ ସମୟ ଅନୁଯାୟୀ ସନ୍ଧ୍ୟାରେ ଏହା ଅନୁଭୁତ ହୋଇଥିବା ବେଳେ ସୁନାମି ସତର୍କତା ଜାରି କରାଯାଇଛି। ଜାଭା ଦ୍ୱୀପର ବାନଟେନ୍‌ ଅଞ୍ଚଳରେ ଥିବା ଦକ୍ଷିଣ-ପଶ୍ଚିମ ତୁଗୁର ହିଲିରଠାରେ ଏହାର କେନ୍ଦ୍ରସ୍ଥଳ ଥିବା ଅନୁମାନ କରାଯାଇଛି।

Share