Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଘରୋଇ ସହରରେ ଓଡ଼ିଶା ଏଫ୍‌ସି ଖେଳିବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର,୨୭।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଓ ଜାମ୍‌ସେଦପୁର ଏଫସି ମୁହଁାମୁହିଁ ହେବେ। ଚଳିତ ସେସନରେ ଘରୋଇ ସହରରେ ଓଡ଼ିଶା ଏଫ୍‌ସି ତା’ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ପୂର୍ବରୁ ପୁଣେରେ ଓଡ଼ିଶା ତା’ର ଘରୋଇ ମ୍ୟାଚ୍‌ ଖେଳୁଥିଲା। ବିଜୟ ନେଇ ଉଭୟ ଦଳ ବେଶ୍‌ ଆଶାବାଦୀ ଅଛନ୍ତି। ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍‌ସି ହେଡ କୋଚ ଜୋସେଫ୍‌ ଗୋମ୍ବାଉ ଦଳର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଲିଗ୍‌ରେ ଏପର୍ଯ୍ୟନ୍ତ ଓଡ଼ିଶାର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲେ ମଧ୍ୟ ଏହି ମ୍ୟାଚ୍‌ ଦଳ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ମୋଟ ୯ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ତେଣୁ ଶ୍ରେଷ୍ଠ ୪ରେ ସ୍ଥାନ ପାଇବାକୁ ହେଲେ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡିବ ବୋଲି ଗୋମ୍ବାଉ ହୃଦୟଙ୍ଗମ କରିଛନ୍ତି। ମ୍ୟାଚ୍‌ ପାଇଁ ସ୍ବତନ୍ତ୍ର ରଣନୀତି ଅଭିଜ୍ଞ ଖେଳାଳିଙ୍କ ସହିତ ଦଳରେ ଯୁବ ଖେଳାଳିଙ୍କର ମଧ୍ୟ ସମାନ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। ଗତ ୩ଟି ମ୍ୟାଚ୍‌ରେ ଓଡ଼ିଶା ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଗୋଆଠାରୁ ପରାସ୍ତ ହୋଇ ହ୍ୟାଟ୍ରିକ ପରାଜୟ ବରଣ କରିଛି। ଗତ ମ୍ୟାଚ୍‌ରେ ଓଡ଼ିଶା ୩-୦ ଗୋଲରେ ଏଫ୍‌ସି ଗୋଆଠାରୁ ପରାସ୍ତ ହୋଇଥିଲା। ତେଣୁ ବିଜୟଧାରାକୁ ଫେରିବା ପାଇଁ ଆମେ ସବୁମତେ ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ଡିଫେନ୍ସରେ ଥିବା ଦୁର୍ବଳାତକୁ ସେ ସ୍ବୀକାର କରିଛନ୍ତି। ଏଥିପାଇଁ ଅନ୍ତିମ ମୁହୂର୍ତ୍ତରେ ଗୋଲ ବରଣ କରୁଥିବାରୁ ଆମେ ଏହାକୁ ରୋକିବା ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ୧୯ ବର୍ଷୀୟ ରାଇଟ୍‌ ବ୍ୟାକ୍‌ ଶୁଭମ ଷଡଙ୍ଗୀ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ବୋଲି ସେ କହିଛନ୍ତି। ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ବୋଲି ସେ କହିଛନ୍ତି। ଭଲ ପାସ୍‌ ଦେବା ସହିତ ସୁଯୋଗ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ମ୍ୟାଚ୍‌ରେ ଜିତିଲେ ଖେଳାଳିଙ୍କ ଆତ୍ମବିଶ୍ୱାସ ଫେରିପାଇବ। ଭାରତରେ ବହୁ ପ୍ରତିଭାସନ୍ନ ଫୁଟବଲର ରହିଛନ୍ତି। ଆଗାମୀ ୧୦ ବର୍ଷରେ ଭାରତୀୟ ଫୁଟବଲ ଦୃଢ଼ ହେବେ। ଘରୋଇ ଦର୍ଶକଙ୍କ ସମର୍ଥନ ଦଳକୁ ଉତ୍ସାହିତ କରିବ। ଘରୋଇ ଗ୍ରାଉଣ୍ଡରେ ଆମେ ଏବେ କେତୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଯାଉଛୁ ଓ ଏ ନେଇ ଆମେ ଉତ୍ସାହିତ ଅଛୁ। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଜାମସେଦପୁରଠାରୁ ଆମେ ମାତ୍ର ଗୋଟିଏ ପଏଣ୍ଟ ଦୂରରେ ରହିବୁ ବୋଲି ଗୋମ୍ବାଉ କହିଛନ୍ତି। ଖବରଦାତା ସମ୍ମିଳନୀରେ ଡିଫେଣ୍ଡର ଗୌରବ ବୋରା ଓ ଫରଓ୍ବାର୍ଡ ଡାନିଏଲ ଲାଲଲିମ୍ପୁଇଆ ଉପସ୍ଥିତ ରହି ଓଡ଼ିଶାର ବିଜୟ ନେଇ ଆଶାବାଦୀ ଥିବା କହିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ କୋଚ୍‌ଙ୍କ ରଣନୀତିକୁ କାର୍ଯ୍ୟକାରୀ କରିବା ଆମର ମୂଳ ଲକ୍ଷ୍ୟ ବୋଲି ବୋରା କହିଛନ୍ତି। ସେହିପରି ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଆଶା କରୁଛୁ ଓ ଯୋଜନା ଅନୁଯାୟୀ ଖେଳି ବିଜୟୀ ହେବୁ ବୋଲି ଡାନିଏଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri