Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- କେରଳ ସମ୍ମାନ ଲଢ଼େଇ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର କେରଳ ବ୍ଲାଷ୍ଟର୍ସ ଓ ଘରୋଇ ଓଡ଼ିଶା ଏଫ୍‌ସି ପରସ୍ପରକୁ ଭେଟିବେ। ପ୍ଲ ଅଫ୍‌ ଦୌଡ଼ରୁ ବାଦ୍‌ ପଡିସାରିଥିବାରୁ ଏହି ସମ୍ମାନ ଉଭୟ ଦଳ ଲଢ଼ିବେ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ବିଜୟୀ ହୋଇ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି। ୧୭ଟି ମ୍ୟାଚ୍‌ ଖେଳି ୭ ବିଜୟ, ୩ ଡ୍ର ଓ ୭ ପରାଜୟ ସହ ୨୪ ପଏଣ୍ଟ ପାଇଁ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ସେହିପରି କେରଳ ୧୭ଟି ମ୍ୟାଚ୍‌ ଖେଳି ୪ ବିଜୟ, ୬ ଡ୍ର ଓ ୭ ପରାଜୟ ସହ ୧୮ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ଚେନ୍ନାଇନ୍‌ ଏଫ୍‌ସି ଶୁକ୍ରବାର ପ୍ରତିପକ୍ଷ ମୁମ୍ବାଇ ସିଟି ଏଫ୍‌ସିକୁ ହରାଇ ଚତୁର୍ଥ ସ୍ଥାନ ଅଧିକାର କରିବା ପରେ ଓଡ଼ିଶାର ପ୍ଲେ ଅଫ୍‌ ଆଶା ଧୂଳିସାତ୍‌ ହୋଇଥିଲା।
କଳିଙ୍ଗରେ ସବୁ ମ୍ୟାଚ୍‌ ଖେଳିଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା: ଗୋମ୍ବାଉ
ପ୍ଲେ ଅଫ୍‌ରୁ ବାଦ୍‌ ପଡିଥିଲେ ମଧ୍ୟ ଦଳର ପ୍ରଦର୍ଶନ ଓ ଖେଳାଳିଙ୍କୁ କୋଚ୍‌ ଜୋସେଫ୍‌ ଗୋମ୍ବାଉ ପ୍ରଶଂସା କରିଛନ୍ତି। ଦଳର ପ୍ରଦର୍ଶନରେ ଉନ୍ନତି ହୋଇଛି। ଏଠାରେ ଆମର ବେଶ୍‌ ଭଲ ରହିଛି। ଆମେ ଏକ ଯୁବ ଦଳ ହୋଇଥିବାରୁ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିବା ମଧ୍ୟ ଏକ ବଡ଼ କଥା। ଭୁବନେଶ୍ୱର ପ୍ରଶଂସକଙ୍କ ସମର୍ଥନ ବେଶ୍‌ ଚମତ୍କାର ଥିଲା। ଆଗାମୀ ସେସନରେ ଟ୍ରେନିଂ ଗ୍ରାଉଣ୍ଡ ସହ ପଡିଆ ବେଶ୍‌ ଭଲ ହେବ। ଯୁବ ଖେଳାଳିମାନେ ଅଭିଜ୍ଞତା ହାସଲ କରି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ମ୍ୟାଚ୍‌ରେ କୌଣସି ପରୀକ୍ଷା ନିରୀକ୍ଷା କରିଯିବ ନାହିଁ ଓ ଜିତିବା ପାଇଁ ଆମେ ପଡିଆକୁ ଓହ୍ଲାଇବୁ। ମୋଟ ୨୭ ପଏଣ୍ଟ ହାସଲ କରିବା ଆମର ଲକ୍ଷ୍ୟ ବୋଲି ସେ ଶନିବାର ଖବରଦାତା ସମ୍ମିଳନୀରେ କହିଛନ୍ତି। ପୂର୍ବଭଳି ସବୁ ଶକ୍ତି ଖଟାଇ ଆମେ ଖେଳିବୁ। ପୂର୍ବରୁ ଆମେ କିଛି ମ୍ୟାଚ୍‌ ପୁଣେର ବାଲଓ୍ବୋଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଖେଳିଥିଲୁ । ଯଦି ସବୁ ମ୍ୟାଚ୍‌ ଆମେ କଳିଙ୍ଗ ଷ୍ଟାଡିୟମରେ ଖେଳିଥାନ୍ତୁ ତାହାଲେ ଫଳାଫଳ ଅଲଗା ହୋଇଥାନ୍ତା ବୋଲି ସେ କହିଛନ୍ତି। ଏହି ଅବସରରେ ଓଡ଼ିଶା ଖେଳାଳି ଫ୍ରାନ୍ସସିସ୍କୋ ଡୋରୋନସୋର ମଧ୍ୟ ଉପସ୍ଥିତ ଥିଲେ। କେରଳକୁ ହରାଇବା ପାଇଁ ଆମେ ଶତପ୍ରତିଶତ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।
ଇଞ୍ଜୁରି ପ୍ରଦର୍ଶନକୁ ପ୍ରଭାବିତ କରିଛି: ଏଲ୍‌କୋ ସାଟୋରି
ଅପରପକ୍ଷରେ ଏଥର କେରଳର ପ୍ରର୍ଶନ ଆଶାନୁରୂପ ହୋଇନାହିଁ। ଏହି ସେସନରେ ଇଞ୍ଜୁରି ସମସ୍ୟା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିଛି ବୋଲି କୋଚ୍‌ ଏଲକୋ ସାଟୋରି ଓ ମାସିଡୋନିଆ ଖେଳାଳି ଭ୍ଲାଟକୋ ଡ୍ରୋବାରୋଭ କହିଛନ୍ତି। ସେସନ ଆରମ୍ଭରୁ ସନ୍ଦୋଶ ଝିନ୍‌ଗାନ ବାଦ୍‌ ପଡିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଆମେ ୧୮ତମ ମ୍ୟାଚ୍‌ ଖେଳିବକୁ ଯାଉଥିବା ବେଳେ ୧୭ଥର ଦଳ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛୁ ବୋଲି ଏଲ୍‌କୋ କହିଛନ୍ତି। ମୋଟାମୋଟି ଉପରେ ଦଳର ପ୍ରଦର୍ଶନ ଭଲ ରହିଛି। ତେବେ ଆମେ ଆଶାନୁରୂପ ଖେଳିନାହୁଁ ବୋଲି ସେ ସ୍ବୀକାର କରିଛନ୍ତି। ବିଜୟ ପାଇଁ ଟିକିଏ ଭାଗ୍ୟର ସହାୟତା ଆବଶ୍ୟକ। ଦଳରେ ବାରମ୍ବାର ପରିବର୍ତ୍ତନ ସନ୍ତୁଳନକୁ ବିଗାଡିଥିଲା। ବେଞ୍ଚ୍‌ ଷ୍ଟ୍ରେନ୍ଥରେ ପରିବର୍ତ୍ତନ କରିବା ନିହାତି ଜରୁରୀ ନୁହେଁ। କିନ୍ତୁ ବିଜୟ ହାସଲ ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri