ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରଣ ପରେ ଶାହରୁଖ୍‌ କହିଲେ ଏମିତି କଥା

ଦୀର୍ଘ ୨୭ ବର୍ଷ ଧରି ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାହରୁଖ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ‘ଜିରୋ’ ଫ୍ଲପ ହେବା ପରେ ସେ ଆଉ କୌଣସି ଫିଲ୍ମରେ ସାଇନ୍‌ କରି ନ ଥିଲେ ମଧ୍ୟ ଦର୍ଶକଙ୍କ ଭଲପାଇବା ଏବଂ ଶୁଭେଚ୍ଛା ତାଙ୍କ ପ୍ରତି କମିନାହିଁ। ଦର୍ଶକ ଲଗାତାର ତାଙ୍କୁ ଟୁଇଟ୍‌ କରି ସେମାନଙ୍କ ଭଲପାଇବା ଏବଂ ସମର୍ଥନ ଜାହିର କରୁଛନ୍ତି। ଦର୍ଶକଙ୍କ ଏତେ ଭଲପାଇବା ଦେଖି ଶାହରୁଖ ବି ବହୁତ ଖୁସି। ଟୁଇଟ୍‌ ଜରିଆରେ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଇ ସେ କହିଛନ୍ତି, ଜୀବନର ଅଧା ସମୟ ଇଣ୍ଡଷ୍ଟ୍ରିରେ କଟିଗଲାଣି। ଏଥିରେ କେତେକ ଫିଲ୍ମ ହିଟ୍‌ ହୋଇଥିବାବେଳେ ଆଉ କେତେକ ଫ୍ଲପ ବି ହୋଇଛି। ତଥାପି ଦର୍ଶକ ତାଙ୍କୁ ଏତେ ଭଲପାଇବା ଦେଉଥିବାରୁ ସମସ୍ତଙ୍କୁ ଧନ୍ୟବାଦ କହିଛନ୍ତି। ଫିଲ୍ମ ‘ଦିବାନା’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଶାହରୁଖ୍‌। ଏଥିରେ ଋଷି କପୁର ଏବଂ ଦିବ୍ୟା ଭାରତୀ ମଧ୍ୟ ଅଭିନୟ କରିଥିଲେ। ଏବେ ତାଙ୍କ ହାତରେ କୌଣସି ଫିଲ୍ମ ନ ଥିବାରୁ ପୂରା ଫ୍ୟାମିଲିକୁ ସମୟ ଦେଉଛନ୍ତି। ପିଲାଙ୍କ ପାଠପଢ଼ା ଦେଖିବା ସହ ବନ୍ଧୁ ପରିଜନଙ୍କ ସହ ହସଖୁସିରେ ସମୟ କାଟୁଥିବା କହିଛନ୍ତି ଶାହରୁଖ।

Share