Categories: ଖେଳ

ଇଡେନ ବେଲ ବଜାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୨୨।୧୧- ଭାରତ ଓ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ପିଙ୍କ ବଲ ଦିବାରାତ୍ର ମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପରାହ୍ନ ଠିକ୍‌ ୧୨.୫୮ରେ ଇଡେନ ଗାର୍ଡେନରେ ପାରମ୍ପରିକ ବେଲ୍‌ ବଜାଇଥିଲେ। ଏହି ଅବସରରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସାଧାରଣ ସମ୍ପାଦକ ଜୟ ଶାହ, ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜମୁଲ ହାସନ ଓ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share