ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସେହିପରି ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ମାସ୍କ, ଗ୍ଲୋଭସ୍ ଏବଂ ବିଶେଷ ଶୁଟ୍ ପିନ୍ଧିଥିଲେ ମଧ୍ୟ କରୋନା ପ୍ରଭାବରୁ ମୁକ୍ତି ପାଉ ନ ଥିବା କୁହାଯାଉଛି । ଏହାଦ୍ୱାରା କରୋନାକୁ ରୋକିବାରେ ସମସ୍ତ ପ୍ରୟାସ ବିଫଳ ହେଉଛି । ସୂଚନାଯୋଗ୍ୟ, ସମ୍ପ୍ରତି ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାର, ୮୨୭ ଥିବାବେଳେ ମୃତକଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୬ ହଜାର ୬୮୧ରେ ପହଞ୍ଚିଛି । ସେହିପରି ୧୯ ହଜାର ୭୫୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Share