ଇଟାଲିରେ ଗୋଟିଏ ଦିନରେ ୩୬୮ ମୃତ: ବିଶ୍ୱ ଯୁଦ୍ଧରେ ବି ଦେଖିବାକୁ ମିଳି ନ ଥିଲା ଏଭଳି ଦିନ

ରୋମ,୧୬।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଦେଇଛି। ଗୋଟିଏ ପଟେ ଚାଇନାରେ ଏବେ କରୋନା ଭାଇରସରେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଏବେ ଇଟାଲିରେ ଏହା ତା’ର କାୟା ବିସ୍ତାର କରିଛି। ଗୋଟିଏ ଦିନରେ ଇଟାଲିରେ ୩୬୮ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କୁହାଯାଉଛି ଏବେ ଇଟାଲିରେ ଯେଉଁ ମାତ୍ରାରେ ଲୋକଙ୍କର ମୃତ୍ୟୁ ହେଉଛି ବିଶ୍ୱଯୁଦ୍ଧ ସମୟରେ ଗୋଟିଏ ଦିନରେ ବି ଏତେ ଲୋକଙ୍କ ମୃତ୍ୟୁ ହେଉ ନ ଥିଲା। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଇଟାଲିରେ କରୋନାର ସ୍ଥିତି କେଉଁ ସ୍ତରରେ ରହିଛି। ଗୋଟିଏ ଦିନ ପୂର୍ବରୁ ୨୪ ଘଣ୍ଟାରେ ଇଟାଲିରେ ୨୫୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ସେଠାରେ ଗୋଟିଏ ଦିନରେ ୩୬୮ ଲୋଙ୍କ ମୃତ୍ୟୁ ଚାଇନାର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଥିବା କୁହାଯାଉଛି।

Share