ଇଟାଭାଟିରେ ମା’ବାପା, ଆବାସିକ କେନ୍ଦ୍ରରେ ଶିଶୁ

ନୂଆପଡ଼ା ଅଫିସ,୭ା୩ : ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ପରିବାର ଶିଶୁଙ୍କୁ ଏକ ସ୍ବତନ୍ତ୍ର ଆବାସିକ କେନ୍ଦ୍ରରେ ରଖି ସୁରକ୍ଷିତ ଏବଂ ଶୃଙ୍ଖଳିତ ଢଙ୍ଗରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ଗୋଟିଏ ପଟେ ମା’ବାପା ଅନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶର ଇଟାଭାଟିରେ ଦିନରାତି ଇଟା ଗଢାକାମରେ ନିୟୋଜିତ ଥିବାବେଳେ ଏପଟେ ଶିଶୁମାନେ ସୁରକ୍ଷିତ ଭାବେ ରହି ପାଠ ପଢୁଛନ୍ତି। ସେହି ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ଜିଲାରେ ଥିବା ମୋଟ ୬୨ ଆବାସିକ କେନ୍ଦ୍ରରେ ସମୁଦାୟ ୨୫୪୩ ଜଣ ଶିଶୁ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୬ଜଣ ଛାତ୍ରୀ, ୧୪୨୭ ଛାତ୍ର ଥିବା ଜଣାପଡିଛି। ଏହି ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ କୃତିତ୍ୱର ସହ ପାସ୍‌ କରୁଥିବା ବି ନଜିର ରହିଛି। ବେସରକାରୀ ଭାବେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନୂଆପଡ଼ା ଜିଲାରୁ ବାର୍ଷିକ ୩୦ ହଜାରରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ପ୍ରତିବର୍ଷ ଅକ୍ଟୋବର/ନଭେମ୍ବରରେ ସେମାନେ ସର୍ଦ୍ଦାରଙ୍କଠାରୁ ଅଗ୍ରିମ ଟଙ୍କା ନେଇଥାନ୍ତି। ଏହାପରେ ସେମାନେ ପରିବାର ସହ ରାଜ୍ୟ ବାହାରକୁ ଯିବା ଆରମ୍ଭ କରିଥାନ୍ତି। ଏଥିପାଇଁ ପ୍ରତିବର୍ଷ ଅଧାରୁ ପାଠପଢା ଛାଡୁଥିବା ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । କମି ଚାଲିଛି ଜିଲାରେ ଥିବା ବିଭିନ୍ନ ସ୍କୁଲର ଉପସ୍ଥାନ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକଙ୍କ ପିଲାମାନଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ। ଯାହା କିଛିଦିନ ମଧ୍ୟରେ ସଫଳତା ପାଇବା ପରେ ସେହି ବ୍ୟବସ୍ଥାକୁ ରାଜ୍ୟ ସରକାର ଆପଣେଇ ନେଇଛନ୍ତି। ବଲାଙ୍ଗୀର, ନୂଆପଡା ଭଳି ଦାଦନ ପ୍ରବଣ ଜିଲାରେ ୨୦୧୦-୧୧ରୁ ସରକାର ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକମାନଙ୍କ ପିଲାଙ୍କୁ ରଖି ପଢାଇବାର ବ୍ୟବସ୍ଥା କରିଛନ୍ତି । ଏହି କେନ୍ଦ୍ର ପ୍ରତିବର୍ଷ ନଭେମ୍ବରରୁ ଆରମ୍ଭ ହୋଇ ଜୁନ/ଜୁଲାଇ କିମ୍ବା ଶିଶୁଙ୍କ ମା’ବାପା ଘରକୁ ଫେରିବା ଯାଏଁ ଚାଲିଥାଏ । ପ୍ରତି କେନ୍ଦ୍ରରେ ୨୦ରୁ ୫୦ ଜଣ ଶିଶୁ ରହି ପାଠ ପଢ଼ୁଛନ୍ତି। ସେମାନଙ୍କ ଯତ୍ନ ନେବା ପାଇଁ ୨ଜଣ ଲେଖାଏଁ ମହିଳା ପୁରୁଷ ପ୍ରଯତ୍ନକାରୀ ନିୟୋଜିତ ହୋଇଛନ୍ତି । ସେହି କେନ୍ଦ୍ରରେ ପିଲାଙ୍କ ପାଇଁ ଉନ୍ନତମାନର ବିଛଣା, ଖଟ, ମାଗଣା ବହି ପତ୍ର, ସ୍କୁଲ ବ୍ୟାଗ, ଜଳପାନଠାରୁ ଖାଇବା ବ୍ୟବସ୍ଥା କରାଯାଇଛି । ଇତିମଧ୍ୟରେ ଉକ୍ତ କେନ୍ଦ୍ରର ୨ ଅନ୍ତୋବାସୀ ନବୋଦୟ, ୧୪ଜଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷା ଦେଇ କୃତିତ୍ୱ ସହ ପାସ୍‌ କରି ନାମଲେଖାର ସୁଯୋଗ ପାଇଛନ୍ତି ।
ତେବେ କେତେକ ଆବାସିକ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଅଧିକାଂଶ କେନ୍ଦ୍ରରେ ବିଜୁଳି ବ୍ୟବସ୍ଥା ଠିକ୍‌ ନ ଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। କାଗଜକଲମରେ ଗୋଟିଏ କେନ୍ଦ୍ରରେ ଯେତେ ସଂଖ୍ୟକ ପିଲା ରହୁଛନ୍ତି ବୋଲି ଦର୍ଶାଯାଉଛି ପ୍ରକୃତପକ୍ଷେ ସେତିକ ରହୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗକୁ ପିଲାମାନେ ପ୍ରଶଂସା କରିଛନ୍ତି ।
ଏ ସଂକ୍ରାନ୍ତରେ ଜିଲା ଯୋଜନା ସଂଯୋଜକ ପ୍ରିୟଦର୍ଶିନୀ ମିଶ୍ରଙ୍କୁ ପଚାରିବାରୁ କେନ୍ଦ୍ରଗୁଡିକର ସୁପରିଚାଳନା ସକାଶେ ପ୍ରତି ମାସରେ ବ୍ଲକ ଶିକ୍ଷାଧିକାରୀ, ସ୍କୁଲ ପରିଚାଳନା କମିଟି, ସିଆର୍‌ସିସି, ଜିଲା ସଂଯୋଜକ ବୁଲି ଦେଖୁଛନ୍ତି । ପିଲାଙ୍କ ସବୁ ପ୍ରକାର ଅଭାବ ଅସୁବିଧା ପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି । ସେହିଭଳି ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ କହିଛନ୍ତି, ଆବାସିକ କେନ୍ଦ୍ରରେ ପିଲାଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଏପରି ସୁବିଧା ପରେ ବି ଜିଲାର ୫ରୁ ୧୦ ହଜାର ଶିଶୁ ପ୍ରତିବର୍ଷ ମା’ବାପାଙ୍କ ସହ ମିଶି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଜଣାପଡିଛି। ସେମାନଙ୍କ ପରିବାରକୁ ସଚେତନ କରିବା ସହିତ ଶିକ୍ଷାର ମୁଖ୍ୟସ୍ରୋତରେ ସେହି ପିଲାମାନଙ୍କୁ ସାମିଲ କରିବା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହୋଇଛି।
ଆବାସିକ କେନ୍ଦ୍ର ସଂକ୍ରାନ୍ତରେ ଅଧିକ ପ୍ରଚାର ପ୍ରସାରର ଅଭାବ ରହୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବା ସହିତ ଆବାସିକ କେନ୍ଦ୍ର ସଂଖ୍ୟା ବୃଦ୍ଧି ହେଲେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ସେଠାରେ ରହି ପାଠ ପଢ଼ି ପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri