ନୂଆପଡ଼ା ଅଫିସ,୭ା୩ : ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ପରିବାର ଶିଶୁଙ୍କୁ ଏକ ସ୍ବତନ୍ତ୍ର ଆବାସିକ କେନ୍ଦ୍ରରେ ରଖି ସୁରକ୍ଷିତ ଏବଂ ଶୃଙ୍ଖଳିତ ଢଙ୍ଗରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ଗୋଟିଏ ପଟେ ମା’ବାପା ଅନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶର ଇଟାଭାଟିରେ ଦିନରାତି ଇଟା ଗଢାକାମରେ ନିୟୋଜିତ ଥିବାବେଳେ ଏପଟେ ଶିଶୁମାନେ ସୁରକ୍ଷିତ ଭାବେ ରହି ପାଠ ପଢୁଛନ୍ତି। ସେହି ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ଜିଲାରେ ଥିବା ମୋଟ ୬୨ ଆବାସିକ କେନ୍ଦ୍ରରେ ସମୁଦାୟ ୨୫୪୩ ଜଣ ଶିଶୁ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୬ଜଣ ଛାତ୍ରୀ, ୧୪୨୭ ଛାତ୍ର ଥିବା ଜଣାପଡିଛି। ଏହି ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ କୃତିତ୍ୱର ସହ ପାସ୍ କରୁଥିବା ବି ନଜିର ରହିଛି। ବେସରକାରୀ ଭାବେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନୂଆପଡ଼ା ଜିଲାରୁ ବାର୍ଷିକ ୩୦ ହଜାରରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ପ୍ରତିବର୍ଷ ଅକ୍ଟୋବର/ନଭେମ୍ବରରେ ସେମାନେ ସର୍ଦ୍ଦାରଙ୍କଠାରୁ ଅଗ୍ରିମ ଟଙ୍କା ନେଇଥାନ୍ତି। ଏହାପରେ ସେମାନେ ପରିବାର ସହ ରାଜ୍ୟ ବାହାରକୁ ଯିବା ଆରମ୍ଭ କରିଥାନ୍ତି। ଏଥିପାଇଁ ପ୍ରତିବର୍ଷ ଅଧାରୁ ପାଠପଢା ଛାଡୁଥିବା ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । କମି ଚାଲିଛି ଜିଲାରେ ଥିବା ବିଭିନ୍ନ ସ୍କୁଲର ଉପସ୍ଥାନ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକଙ୍କ ପିଲାମାନଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ। ଯାହା କିଛିଦିନ ମଧ୍ୟରେ ସଫଳତା ପାଇବା ପରେ ସେହି ବ୍ୟବସ୍ଥାକୁ ରାଜ୍ୟ ସରକାର ଆପଣେଇ ନେଇଛନ୍ତି। ବଲାଙ୍ଗୀର, ନୂଆପଡା ଭଳି ଦାଦନ ପ୍ରବଣ ଜିଲାରେ ୨୦୧୦-୧୧ରୁ ସରକାର ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକମାନଙ୍କ ପିଲାଙ୍କୁ ରଖି ପଢାଇବାର ବ୍ୟବସ୍ଥା କରିଛନ୍ତି । ଏହି କେନ୍ଦ୍ର ପ୍ରତିବର୍ଷ ନଭେମ୍ବରରୁ ଆରମ୍ଭ ହୋଇ ଜୁନ/ଜୁଲାଇ କିମ୍ବା ଶିଶୁଙ୍କ ମା’ବାପା ଘରକୁ ଫେରିବା ଯାଏଁ ଚାଲିଥାଏ । ପ୍ରତି କେନ୍ଦ୍ରରେ ୨୦ରୁ ୫୦ ଜଣ ଶିଶୁ ରହି ପାଠ ପଢ଼ୁଛନ୍ତି। ସେମାନଙ୍କ ଯତ୍ନ ନେବା ପାଇଁ ୨ଜଣ ଲେଖାଏଁ ମହିଳା ପୁରୁଷ ପ୍ରଯତ୍ନକାରୀ ନିୟୋଜିତ ହୋଇଛନ୍ତି । ସେହି କେନ୍ଦ୍ରରେ ପିଲାଙ୍କ ପାଇଁ ଉନ୍ନତମାନର ବିଛଣା, ଖଟ, ମାଗଣା ବହି ପତ୍ର, ସ୍କୁଲ ବ୍ୟାଗ, ଜଳପାନଠାରୁ ଖାଇବା ବ୍ୟବସ୍ଥା କରାଯାଇଛି । ଇତିମଧ୍ୟରେ ଉକ୍ତ କେନ୍ଦ୍ରର ୨ ଅନ୍ତୋବାସୀ ନବୋଦୟ, ୧୪ଜଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷା ଦେଇ କୃତିତ୍ୱ ସହ ପାସ୍ କରି ନାମଲେଖାର ସୁଯୋଗ ପାଇଛନ୍ତି ।
ତେବେ କେତେକ ଆବାସିକ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଅଧିକାଂଶ କେନ୍ଦ୍ରରେ ବିଜୁଳି ବ୍ୟବସ୍ଥା ଠିକ୍ ନ ଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। କାଗଜକଲମରେ ଗୋଟିଏ କେନ୍ଦ୍ରରେ ଯେତେ ସଂଖ୍ୟକ ପିଲା ରହୁଛନ୍ତି ବୋଲି ଦର୍ଶାଯାଉଛି ପ୍ରକୃତପକ୍ଷେ ସେତିକ ରହୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗକୁ ପିଲାମାନେ ପ୍ରଶଂସା କରିଛନ୍ତି ।
ଏ ସଂକ୍ରାନ୍ତରେ ଜିଲା ଯୋଜନା ସଂଯୋଜକ ପ୍ରିୟଦର୍ଶିନୀ ମିଶ୍ରଙ୍କୁ ପଚାରିବାରୁ କେନ୍ଦ୍ରଗୁଡିକର ସୁପରିଚାଳନା ସକାଶେ ପ୍ରତି ମାସରେ ବ୍ଲକ ଶିକ୍ଷାଧିକାରୀ, ସ୍କୁଲ ପରିଚାଳନା କମିଟି, ସିଆର୍ସିସି, ଜିଲା ସଂଯୋଜକ ବୁଲି ଦେଖୁଛନ୍ତି । ପିଲାଙ୍କ ସବୁ ପ୍ରକାର ଅଭାବ ଅସୁବିଧା ପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି । ସେହିଭଳି ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ କହିଛନ୍ତି, ଆବାସିକ କେନ୍ଦ୍ରରେ ପିଲାଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଏପରି ସୁବିଧା ପରେ ବି ଜିଲାର ୫ରୁ ୧୦ ହଜାର ଶିଶୁ ପ୍ରତିବର୍ଷ ମା’ବାପାଙ୍କ ସହ ମିଶି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଜଣାପଡିଛି। ସେମାନଙ୍କ ପରିବାରକୁ ସଚେତନ କରିବା ସହିତ ଶିକ୍ଷାର ମୁଖ୍ୟସ୍ରୋତରେ ସେହି ପିଲାମାନଙ୍କୁ ସାମିଲ କରିବା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହୋଇଛି।
ଆବାସିକ କେନ୍ଦ୍ର ସଂକ୍ରାନ୍ତରେ ଅଧିକ ପ୍ରଚାର ପ୍ରସାରର ଅଭାବ ରହୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବା ସହିତ ଆବାସିକ କେନ୍ଦ୍ର ସଂଖ୍ୟା ବୃଦ୍ଧି ହେଲେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ସେଠାରେ ରହି ପାଠ ପଢ଼ି ପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
Posted inଆମ ଜିଲା ଖବର, ନୂଆପଡ଼ା View All
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…
କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…
ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ
ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ
ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…
Archives

