ଇଜିମାଇଲ ଜମି ଉପରେ ବିଜୁ ପକ୍କାଘର ନିର୍ମାଣ ଅଭିଯୋଗ:ତ୍ରୁଟିପୂର୍ଣ୍ଣ ପଟ୍ଟା ଦେଇ ସରକାରୀ ଅର୍ଥ ହଡ଼ପ

ରସୁଲପୁର,୧୩ା୧(ଡିଏନଏ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ବାସହୀନଙ୍କୁ ଗୃହ ଯୋଗାଇ ଦିଆଯାଉଛି। ତେବେ ଏ ନେଇ ରହିଥିବା ନିୟମାବଳୀକୁ କଡାକଡ଼ି ପାଳନ କରାଯାଉ ନାହିଁ। ସର୍ବୋପରି ହିତାଧିକାରୀ ଦାଖଲ କରୁଥିବା ଜମିଜମା ସମ୍ପର୍କିତ କାଗଜପତ୍ରକୁ ଆଦୌ ଯାଞ୍ଚ କରା ନଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ଫଳରେ ହିତାଧିକାରୀ ଅନ୍ୟ ଏକ ସ୍ଥାନର ଜମିଜମା ସମ୍ପର୍କିତ ପଟ୍ଟା ପ୍ରଦାନ କରି ଆଉ ଏକ ଜମି ଉପରେ ସରକାରୀ ଆବାସ ନିର୍ମାଣ କରୁଛନ୍ତି। ଏ ଦିଗରେ ଅଭିଯୋଗ ହେବା ପରେ ବି ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତଦନ୍ତ ଅଧିକାରୀ ଅଭିଯୋଗକୁ ଅଣଦେଖା କରି ଘର ନିର୍ମାଣ ବାବଦକୁ ବିଲ୍‌ ପୈଠ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ହରିପୁର ଗ୍ରାମର ଶଙ୍କର୍ଷଣ ମହାପାତ୍ର କରିଛନ୍ତି।
ପ୍ରକାଶ ଯେ, ୨୦୧୭-୧୮ ଆର୍ଥତ୍କ ବର୍ଷରେ ବିଶ୍ୱନାଥ ମହାପାତ୍ରଙ୍କୁ ବିଜୁ ପକ୍କାଘର ଯୋଜନାରେ ୧.୩୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସଂଖ୍ୟା-୫୫୪୭/୨୧।୧୦।୨୦୧୭ରେ ବ୍ଲକରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟାଦେଶ ହାତେଇବା ପୂର୍ବରୁ ହିତାଧିକାରୀ ବିଶ୍ୱନାଥ ଖାତା ନଂ-୪୯୬ ଓ ପ୍ଲଟ ନଂ୨୧୬୨ ଉପରେ ୧୩ ଡିସିମିଲ ଓ ୨୧୬୩ ଉପରେ ୬ ଡିସିମିଲ ଉପରେ ଘର କରିବା ପାଇଁ ଜମିଜମା ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ସେହି ଜମି ଉପରେ ଘର ନିର୍ମାଣ କରା ନ ଯାଇ ଏକ ଇଜିମାଇଲ ସମ୍ପତି ଖାତା ନଂ-୪୯୯ ଓ ପ୍ଲଟ ନଂ-୨୧୫୬ ଉପରେ ଘର ନିର୍ମାଣ କରୁଛନ୍ତି। ଏହି ଜମିଜମାକୁ ପାର୍ଟିସନ କେସ୍‌ ନଂ-୩୦୯/୨୦୦୯ରୁ ସିଭିଲ କୋର୍ଟରେ ମାମଲା ବିଚରାଧୀନ ରହିଛି। ଏଥିସହ ଉକ୍ତ ମାମଲାରେ କୋର୍ଟ ୯ ଏପ୍ରିଲ, ୨୦୧୦ରେ ପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହିତାଧିକାରୀ ଏହାକୁ ଖିଲାପ କରିବା ସହ ବିବାଦୀୟ ଜମିରେ ଘର ନିର୍ମାଣ କରି ଏ ବାବଦରେ ୨ଟି କିସ୍ତିରେ ୫୫,୦୦୦ଟଙ୍କା ହାତେଇ ସାରିଲେଣି। ଏବେ ଛାତସ୍ତର ପର୍ଯ୍ୟନ୍ତ ନିର୍ମାଣ ସାରି ବିଲ୍‌ ହାତେଇବାକୁ ଯୋଜନା କରୁଛନ୍ତି। ଏ ଦିଗରେ ନିର୍ବାହୀ ଅଧିକାରୀ ତାଙ୍କୁ ସହଯୋଗ କରୁଛନ୍ତି ବୋଲି କହୁଛନ୍ତି। ଏ ସମ୍ପର୍କରେ ବିଶ୍ୱନାଥଙ୍କ ପକ୍ଷ ଯାଜପୁର ଜିଲାପାଳ ଓ ରସୁଲପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି। ଉକ୍ତ ଅଭିଯୋଗ ବ୍ଲକ ପ୍ରଶାସନ ପାଇଁ ମୂଲ୍ୟହୀନ ହୋଇପଡିଛି। ଅଭିଯୋଗ ପାଇବା ପରେ ନିର୍ବାହୀ ଅଧିକାରୀ କାର୍ଯ୍ୟାଦେଶ ବାତିଲ କରିବା ବଦଳରେ ଏକାଧିକ ବିଲ ପୈଠ ପାଇଁ ସୁପାରିଶ କରି ଚାଲିଛନ୍ତି। ଏପରିକି ହିତାଧିକାରୀ ନିର୍ମାଣ କାର୍ଯ୍ୟ ବନ୍ଦ ବଦଳରେ ଚାଲୁ ରଖିଛନ୍ତି। ନିର୍ମାଣ କାର୍ଯ୍ୟ ୩୧ମାର୍ଚ୍ଚ, ୨୦୧୮ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଥିଲା। ଏହା ଭିତରେ ୨ବର୍ଷ ବିତିବାକୁ ବସିଲାଣି, ହେଲେ ହିତାଧିକାରୀଙ୍କ କାର୍ଯ୍ୟାଦେଶକୁ ବାତିଲ କରିବା ବଦଳରେ ପ୍ରଶାସନ କାହିଁକି ସହଯୋଗ କରୁଛି ତାହା ବୁଝାପଡୁ ନାହିଁ। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ନିକୁଞ୍ଜ ବିହାରୀ ରାଉତଙ୍କୁ ପଚାରିବାରୁ, ସେ ଅଭିଯୋଗ ପାଇଛନ୍ତି। ତେବେ ଏନେଇ ତାଙ୍କୁ କୋର୍ଟରୁ ବିଡିଓଙ୍କୁ କୌଣସି ନିର୍ଦ୍ଦେଶ ନାହିଁ। ଅଭିଯୋଗ ମୁତାବକ ଜମିର ମାପଚୁପ କରାଯିବା ପରେ ଅଭିଯୋଗର ସତ୍ୟାସତ୍ୟ ଜଣାପଡିବ। ହିତାଧିକାରୀ ଛାତ ସ୍ତର ପର୍ଯ୍ୟନ୍ତ କାମ ସାରିଛନ୍ତି। ଏଭଳି ଅଭିଯୋଗ ଥିବାରୁ ସେ ଛାତ ପକାଇବା ପରେ ତାଙ୍କୁ ବିଲ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri