ଇଜିପ୍ଟରେ ଦୁର୍ଘଟଣା: ୩ ଭାରତୀୟ ମୃତ

କାଇରୋ,୩୦।୧୨(ପି.ଟି.): ଇଜିପ୍ଟର ସୁଏଜ୍‌ ଗଭର୍ନୋରେଟ୍‌ରେ ଦୁଇଟି ପର୍ଯ୍ୟଟକ ବସ୍‌ ଓ ଗୋଟିଏ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ୩ ଭାରତୀୟଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଶନିବାର ବସ୍‌ ଦୁଇଟି ହୁର୍‌ଘାଡ଼ାର ବ୍ରିଚ୍‌-ରିସର୍ଟ ସହର ଅଭିମୁଖେ ଯାଉଥିବାବେଳେ ଐନ ସୋଖ୍‌ନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଆହତମାନଙ୍କୁ ମେଡିକାଲରେ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଦୂତାବାସ ଅଧିକାରୀମାନେ ହସ୍ପିଟାଲରେ ଉପସ୍ଥିତ ରହି ଆହତମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ବସ୍‌ରେ ୧୬ ଭାରତୀୟ ପର୍ଯ୍ୟଟକଙ୍କ ସମେତ ମାଲେସିଆରୁ ୨ ଏବଂ ଇଜିପ୍ଟରୁ ୩ ଜଣ ଥିଲେ। ମୋଟ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

Share