ଇଚ୍ଛା ମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ: ପ୍ରଶାସନ ଡକାଇ ଆଲୋଚନା କରି ସହାୟତା ପ୍ରତିଶ୍ରୁତି ଦେଲା

ଭଦ୍ରକ ଅଫିସ, ୨୧ା୮- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦା ଗାଁର ଦିବ୍ୟାଙ୍ଗ ଯୁବକ ଉମାକାନ୍ତ ଦାସ(୩୧) ଟୁଇଟ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଭଦ୍ରକ ଜିଲାପାଳଙ୍କୁ ଇଚ୍ଛାମୃତ୍ୟୁ ଆଦେଶ ମାଗିଛନ୍ତି। ବି.କମ୍‌. ପାସ କରିବା ସତ୍ତ୍ୱେ ତାଙ୍କୁ ଚାକିରି ମିଳିନି କି ଭିନ୍ନକ୍ଷମ ଭତ୍ତା ମିଳି ନାହିଁ । ଏପରି ସ୍ଥଳେ ନିଜ ଭବିଷ୍ୟତ ନେଇ ସଂଶୟରେ ପଡିଛନ୍ତି ଉମାକାନ୍ତ । ସେ ମା’ ବାପାଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ସେମାନଙ୍କ ଅନ୍ତେ ତାଙ୍କୁ ଭିକ ମାଗିବାକୁ ପଡିବ ବୋଲି ସାହିପଡିଶା ଲୋକେ କହି ଟାହିଟାପରା କରୁଥିବାରୁ ଏହା ତାଙ୍କ ଲାଗି ଅସହ୍ୟ ହୋଇ ପଡିଛି ବୋଲି ସେ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ଉମାକାନ୍ତ ଗତ ୧୪ ତାରିଖରେ ସୋସିଆଲ ମିଡିଆରେ ଟୁଇଟ୍‌ କରି ଇଚ୍ଛାମୃତ୍ୟୁ ମାଗିବା ପରେ ଏହା ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଦୃଷ୍ଟିକୁ ଆସିଥିଲା। ସେ ରି-ଟୁଇଟ୍‌ କରି ଜିଲା ପ୍ରଶାସନକୁ ଆସି ଦେଖା କରନ୍ତୁ ବୋଲି ତାଙ୍କୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଦିବ୍ୟାଙ୍ଗ ଉମାକାନ୍ତ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆସି ପହଞ୍ଚିଥିଲେ। ଜିଲାପାଳ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ, ଅତିରିକ୍ତ ଉପଜିଲାପାଳ ମନୋରମା ଭୂୟାଁ, ଅବସରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ ରାୟ ପ୍ରମୁଖ ଉମାକାନ୍ତଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ସାଙ୍ଗକୁ ଭତ୍ତା ପ୍ରଦାନ ଏବଂ ମୁଖ୍ୟସ୍ରୋତରେ ତାଙ୍କୁ ସାମିଲ କରିବା ସକାଶେ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା। ଏଭଳି ପ୍ରତିଶ୍ରୁତି ପାଇ ସେ ଘରକୁ ଫେରିଯାଇଛନ୍ତି। ଉମାକାନ୍ତ ୬ ବର୍ଷର ହୋଇଥିବା ବେଳେ ପୋଲିଓରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କ ବାମ ଗୋଡ ସରୁ ହୋଇଯାଇଛି। ସେ ଭଲରେ ଚଲାବୁଲା କରି ପାରନ୍ତି ନାହିଁ କି କଥାବାର୍ତ୍ତା କହି ପାରନ୍ତି ନାହିଁ ା ସେ ପ୍ରଶାସନଠାରୁ ପାଇଥିବା ଭିନ୍ନକ୍ଷମ ପ୍ରମାଣପତ୍ରକୁ କେବଳ ଘରେ ସାଇତି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri