ଇକୋ ସେନି୍ସଟିଭ୍‌ ଜୋନ ନାଁରେ ଉଚ୍ଛେଦକୁ ବିରୋଧ: ୨୮୫ ଗାଁ ବାସିନ୍ଦାଙ୍କ ବିକ୍ଷୋଭ ଶୋଭାଯାତ୍ରା

ବାରିପଦା ଅଫିସ,୧୮ା୧୦- ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଞ୍ଚଳରୁ ୨୮୫ ଗ୍ରାମର ଆଦିବାସୀ ମୂଳବାସିନ୍ଦାମାନଙ୍କୁ ଇକୋ-ସେନ୍ସିଟିଭ୍‌ ଜୋନ ବାହାନାରେ ଉଚ୍ଛେଦ କରିବା ଯୋଜନାକୁ ବିରୋଧ କରାଯାଇଛି। ଏଥିନେଇ ଜିଲା ପେସା ଗ୍ରାମସଭା କୋଅର୍ଡିନେଶନ କମିଟି ପକ୍ଷରୁ ଗୁରୁବାର ମଧୁବନ ପଡ଼ିିଆଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ଗ୍ରାମବାସୀ ଯୋଗ ଦେଇଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲା ପ୍ରଶାସନ ଜରିଆରେ ଭାରତ ସରକାରଙ୍କ ନ୍ୟାଶନାଲ କମିଶନ ଫର୍‌ ସିଡ୍ୟୁଲ ଟ୍ରାଇବ୍‌ର ଚେୟାରପର୍ସନ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ସେକ୍ରେଟାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହିତ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୟୂରଭଞ୍ଜ ଜିଲାପାଳଙ୍କ ନିକଟକୁ ଦାବିପତ୍ର ମଧ୍ୟ ପଠାଯାଇଛି।
କମିଟିର ଅଭିଯୋଗ ଅନୁଯାୟୀ, ଶିମିଳିପାଳ ଭିତରେ ତଥା ପାଦଦେଶରେ ଜିଲାର ୨୮୫ଟି ଗ୍ରାମର ଅଧିବାସୀ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି। ଏମାନେ ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଜଙ୍ଗଲ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏବେ ସେମାନଙ୍କୁ ଇକୋ-ସେନ୍ସିଟିଭ ଜୋନ ନାମରେ ଉଚ୍ଛେଦ କରିବା ପାଇଁ ଯୋଜନା କରାଯାଉଛି। ତେବେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପଞ୍ଚାୟତ ଏକ୍ସଟେନସନ ସିଡ୍ୟୁଲ ଏରିଆ (ପେସା) ଆଇନକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ଆଦିବାସୀଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ କରିବା ପେସା ଆଇନର ମୂଳ ଲକ୍ଷ୍ୟ। ଏହି ଆଇନ କାର୍ଯ୍ୟକାରୀ ହେଲେ ଗ୍ରାମସଭା ତଥା ଗଠନ କରାଯାଇଥିବା ପରିଷଦ ହାତରେ ଗ୍ରାମର ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିବ। ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଜଳସେଚନ, ହିତାଧିକାରୀ ଚୟନ କରିବା, ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନଓ୍ବାଡି ଆଦିର ପରିଚାଳନା ନିଷ୍ପତ୍ତି ରହିବ। ଏହା ଦ୍ୱାରା ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା ଓ ଜୀବିକା ସୁରକ୍ଷିତ ରହିବା ସହ ଜଳ, ଜମି, ଜଙ୍ଗଲକୁ ସୁରକ୍ଷା ଯୋଗାଯାଇ ପାରିବ। ଏହି ଆଇନ କାର୍ଯ୍ୟକାରୀ ନ ହେବାରୁ ବିଭିନ୍ନ ପ୍ରକଳ୍ପ ଯୋଗୁ ଆଦିବାସୀମାନଙ୍କୁ ନିଜର ମୂଳବସତିରୁ ବିସ୍ଥାପିତ ହେବାକୁ ପଡୁଛି। ହଠାତ ହେଉଥିବା ପରିବର୍ତ୍ତନକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ଜଙ୍ଗଲ ଛାଡୁଥିବା ବେଳେ ସେମାନଙ୍କ ବିକାଶ ହୋଇପାରୁନାହିଁ। ଆଦିମ ଏବଂ ବିଲୁପ୍ତ ହେବାକୁ ବସିଥିବା ଆଦିବାସୀମାନେ ସ୍ବାଧୀନତା ପରଠାରୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇ ଚାଲିଛନ୍ତି। ପେସା ଆଇନ କାର୍ଯ୍ୟକାରୀ କରି ସରକାର ତୃଣମୂଳସ୍ତରରୁ ବିଭିନ୍ନ ବର୍ଗର ଅବହେଳିତ ଆଦିବାସୀଙ୍କ ବିକାଶ କରିବାକୁ କମିଟି ଦାବି କରିଛି । ଏହି କାର୍ଯ୍ୟକ୍ରମରେ କମିଟିର ପାଣ୍ଡୁରାମ ହେମ୍ବ୍ରମ, ନନାରାମ ମୁର୍ମୁ, ରାମଦାସ ମାରାଣ୍ଡି, ଶଙ୍କର ମାରାଣ୍ଡି, କାର୍ମୀମଣି କିସ୍କୁ, ସାୱାନ ବାସ୍କେ, ଅଶୋକ ସିଂ, ଦୁର୍ଗାଚରଣ ମାରାଣ୍ଡି, ସୁରେନ୍ଦ୍ର ସୋରେନ ପ୍ରମୁଖଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri