ଇକୋ ଟୁରିଜମ ଅଞ୍ଚଳ ପାଇଁ ଜାରି ହେଲା ଗାଇଡ୍‌ ଲାଇନ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ଭୂତାଣୁ ଜନିତ ରୋଗକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ଉକୋ ଟୁରିଜମ ପାଇଁ ଶୁକ୍ରବାର ଏକ ଗାଇଡ ଲାଇନ ଜାରି କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଚିଫ୍‌ ଓ୍ବାଇଲଡ ଲାଇଫ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ପ୍ରତ୍ୟକ ବନ ଅଧିକାରୀ ଓ କର୍ମଚାରୀଙ୍କୁ ଉକୋ ଟୁରିଜମକୁ ଆସିଥିବା ଓ ସେଠାରେ ରାତ୍ରୀ ଯାପନ କରିଥିବା ପର୍ଯ୍ୟଟକମାନଙ୍କର ସମସ୍ତ ଭ୍ରମଣ ତଥ୍ୟ ରଖିବାକୁ କୁହାଯାଇଛି। ଏହାଛଡା ଇକୋ ଟୁରିଜମ ଗ୍ରାମ ଗୁଡିକରେ ସ୍ବାସ୍ଥ୍ୟକର ପରିବେଶ ପ୍ରତି ଯତ୍ନବାନ ହେବାକୁ କୁହାଯାଇଛି। ସେଠାରେ ମେଡିକାଲ କ୍ୟାମ୍ପ କରି ପର୍ଯ୍ୟଟକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଯେଉଁମାନଙ୍କର କାଶ କିମ୍ବା ଛିଙ୍କ ହେଉଥିବ ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନେବା ଲାଗି ପରାମର୍ଶ ଦିଆଯାଇଛି।