ଇଏମ୍‌ଆଇ ମୋରାଟୋରିୟମ୍‌ ଆଳରେ ହୋଇପାରେ ଠକେଇ

ନୂଆଦିଲ୍ଲୀ,୧୦।୪: ଇଏମ୍‌ଆଇ ମୋରାଟୋରିୟମ ସ୍କିମରେ ବ୍ୟାଙ୍କ ଗ୍ରାହକଙ୍କୁ ଠକେଇ ହେବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ମୋରାଟୋୟମ ଦ୍ୱାରା ଇଏମ୍‌ଆଇ ସ୍ଥଗିତ କରିବା ଲାଗି କେହି ଅଜଣା ବ୍ୟକ୍ତି କଲ୍‌ କରି ଓଟିପି ନମ୍ବର ଗ୍ରାହକଙ୍କୁ ମାଗୁଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ କାହାକୁ ଓଟିପି ନମ୍ବର ନ ଦେବା ଲାଗି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ନିବେଦନ କରିଛନ୍ତି। ଅଜଣା କଲ୍‌ରେ ଓଟିପି କିମ୍ବା ପିନ୍‌ ନମ୍ବର ଶେୟାର ନ କରିବାକୁ ଗ୍ରାହକଙ୍କୁ କୁହାଯାଇଛି। ଗତ କିଛି ଦିନ ଧରି ଆକ୍ସିସ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଭଳି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଇବା ଲାଗି ମୋବାଇଲକୁ ଏସ୍‌ଏମ୍‌ଏସ୍‌ ପଠାଉଛନ୍ତି। ଏଭଳି ସାଇବର ଠକେଇରୁ ଗ୍ରାହକଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେ ଦିଗରେ ବ୍ୟାଙ୍କଗୁଡିକ ଏବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାବାଦ ଗ୍ରାହକଙ୍କୁ ମେଲ୍‌ ଯୋଗେ ମଧ୍ୟ ସଚେତନ କରାଯାଉଥିବା ଦେଖାଯାଇଛି।
ବ୍ୟାଙ୍କିଙ୍ଗ ତଥ୍ୟ ପାଇବା ଲାଗି ସାଇବର ଅପରାଧୀମାନେ ଏବେ ଅଭିନବ ପନ୍ଥା ଗ୍ରହଣ କରୁଛନ୍ତି। ଏହା ବିରୋଧରେ ଗ୍ରାହକଙ୍କୁ ସଚେତନ ରହିବାକୁ ହେବ ବୋଲି ଆକ୍ସିସ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଇଏମ୍‌ଆଇ ପେମେଣ୍ଟ ଟାଳିବା ଲାଗି କଲ୍‌ ଯୋଗେ କେହି ଯଦି ଓଟିପି, ସିଭିଭି, ପାସଓ୍ବାର୍ଡ, ପିନ୍‌ ସଂକ୍ରାନ୍ତ ତଥ୍ୟ ମାଗିଲେ ତାହା ନ ଦେବାକୁ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ସୂଚନା ଦେଇଛି। ଏ ନେଇ ସତର୍କ ରହିବାକୁ ଏସ୍‌ବିଆଇ ମଧ୍ୟ ବି ଆଲର୍ଟ ବି ଆଓ୍ବାର ନାମରେ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ମଧ୍ୟ ସମାନ ପ୍ରକାରର ପଦକ୍ଷେପ ହାତକୁ ନିଆଯାଇଛି। ମିଥ୍ୟା ୟୁପିଆଇ ଆଇଡିରେ ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନରେ ହେଉଥିବା ଠକେଇ ନେଇ କିଛି ଦିନ ତଳେ ଲୋକଙ୍କୁ ସଚେତନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri