ଇଏମ୍‌ଆଇ ମୋରାଟୋରିୟମ୍‌ ଆଳରେ ହୋଇପାରେ ଠକେଇ

ନୂଆଦିଲ୍ଲୀ,୧୦।୪: ଇଏମ୍‌ଆଇ ମୋରାଟୋରିୟମ ସ୍କିମରେ ବ୍ୟାଙ୍କ ଗ୍ରାହକଙ୍କୁ ଠକେଇ ହେବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ମୋରାଟୋୟମ ଦ୍ୱାରା ଇଏମ୍‌ଆଇ ସ୍ଥଗିତ କରିବା ଲାଗି କେହି ଅଜଣା ବ୍ୟକ୍ତି କଲ୍‌ କରି ଓଟିପି ନମ୍ବର ଗ୍ରାହକଙ୍କୁ ମାଗୁଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ କାହାକୁ ଓଟିପି ନମ୍ବର ନ ଦେବା ଲାଗି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ନିବେଦନ କରିଛନ୍ତି। ଅଜଣା କଲ୍‌ରେ ଓଟିପି କିମ୍ବା ପିନ୍‌ ନମ୍ବର ଶେୟାର ନ କରିବାକୁ ଗ୍ରାହକଙ୍କୁ କୁହାଯାଇଛି। ଗତ କିଛି ଦିନ ଧରି ଆକ୍ସିସ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଭଳି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଇବା ଲାଗି ମୋବାଇଲକୁ ଏସ୍‌ଏମ୍‌ଏସ୍‌ ପଠାଉଛନ୍ତି। ଏଭଳି ସାଇବର ଠକେଇରୁ ଗ୍ରାହକଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେ ଦିଗରେ ବ୍ୟାଙ୍କଗୁଡିକ ଏବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାବାଦ ଗ୍ରାହକଙ୍କୁ ମେଲ୍‌ ଯୋଗେ ମଧ୍ୟ ସଚେତନ କରାଯାଉଥିବା ଦେଖାଯାଇଛି।
ବ୍ୟାଙ୍କିଙ୍ଗ ତଥ୍ୟ ପାଇବା ଲାଗି ସାଇବର ଅପରାଧୀମାନେ ଏବେ ଅଭିନବ ପନ୍ଥା ଗ୍ରହଣ କରୁଛନ୍ତି। ଏହା ବିରୋଧରେ ଗ୍ରାହକଙ୍କୁ ସଚେତନ ରହିବାକୁ ହେବ ବୋଲି ଆକ୍ସିସ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଇଏମ୍‌ଆଇ ପେମେଣ୍ଟ ଟାଳିବା ଲାଗି କଲ୍‌ ଯୋଗେ କେହି ଯଦି ଓଟିପି, ସିଭିଭି, ପାସଓ୍ବାର୍ଡ, ପିନ୍‌ ସଂକ୍ରାନ୍ତ ତଥ୍ୟ ମାଗିଲେ ତାହା ନ ଦେବାକୁ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ସୂଚନା ଦେଇଛି। ଏ ନେଇ ସତର୍କ ରହିବାକୁ ଏସ୍‌ବିଆଇ ମଧ୍ୟ ବି ଆଲର୍ଟ ବି ଆଓ୍ବାର ନାମରେ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ମଧ୍ୟ ସମାନ ପ୍ରକାରର ପଦକ୍ଷେପ ହାତକୁ ନିଆଯାଇଛି। ମିଥ୍ୟା ୟୁପିଆଇ ଆଇଡିରେ ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନରେ ହେଉଥିବା ଠକେଇ ନେଇ କିଛି ଦିନ ତଳେ ଲୋକଙ୍କୁ ସଚେତନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri