Posted inଖେଳ

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ଲଣ୍ଡନ,୧୮ା୮(ଏଏଫ୍‌ପି)-ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥାନୀୟ ଲଡର୍‌ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୯୨ ରନ (୧୬୧ ବଲ୍‌, ୧୪ ଚୌକା) କରି ଅଳ୍ପକେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। ସ୍ମିଥ୍‌ଙ୍କ ଯୋଗୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୫୮ ରନ ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଉଇକେଟ ହରାଇ ୨୫୦ରନ କରିବାରେ ସମର୍ଥ ହୋଇଛି। ବର୍ଷାଯୋଗୁ ଚତୁର୍ଥ ଦିବସ ଖେଳ ଆଗୁଆ ସ୍ଥଗିତ ରଖାଯାଇଥିଲା। ସେତେବେଳେ ଇଂଲଣ୍ଡ ୪ ଉଇକେଟ ବିନିମୟରେ ୯୬ରନ ସଂଗ୍ରହ କରିଥିଲା ଏବଂ ମୋଟ ଉପରେ ୧୦୪ ରନ ଅଗ୍ରଣୀ ଲାଭ କରିସାରିଥିଲା। ଆଶେସରେ କ୍ରମାଗତ ୭ ଥର ୫୦ କିମ୍ବା ତାଠାରୁ ଅଧିକ ରନ ସଂଗ୍ରହ କରିବାରେ ସ୍ମିଥ୍‌ ପ୍ରଥମ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। ବର୍ଷାଯୋଗୁ ବୁଧବାର ମ୍ୟାଚର ପ୍ରଥମ ଦିବସ ଖେଳ ଆଦୌ ସମ୍ଭବ ହୋଇ ନ ଥିଲ। ପୁନଶ୍ଚ ଶୁକ୍ରବାର ମଧ୍ୟାହ୍ନଭୋଜନ ପରେ ଖେଳ ହୋଇପାରି ନ ଥିଲା। ରବିବାର ହେଉଛି ମ୍ୟାଚର ଅନ୍ତିମ ଦିବସ। ଶନିବାର ଅଷ୍ଟ୍ରେଲିଆ ପୂର୍ବଦିନର ଅସମାପ୍ତ ସ୍କୋର ୮୦/୪ରୁ ଖେଳ ଆରମ୍ଭ କରିଥିଲା। ସ୍ମିଥ୍‌ ଏବଂ ମାଥ୍ୟୁ ଓ୍ବେଡ୍‌ ଯଥାକ୍ରମେ ୧୩ ଓ ବିନା କୌଣସି ରନରେ ଅପରାଜିତ ଥିଲେ। ଉଭୟେ ୫ମ ଉଇକେଟ ଯୋଡ଼ିରେ ୨୧ ରନ ଯୋଗ କରିପାରିଥିଲେ। ଓ୍ବେଡ୍‌ ମାତ୍ର ୬ ରନ କରି ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ରୋରି ବନର୍‌ସଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ସ୍ମିଥ୍‌ କ୍ରିସ୍‌ ଓକ୍ସଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିବା ପୂର୍ବରୁ ଟିମ୍‌ ପେନ୍‌ (୨୪) ଏବଂ ପ୍ୟାଟ୍‌ କୁମିନ୍ସ (୨୦)ଙ୍କ ସହିତ ଯଥାକ୍ରମେ ୬୦ ଏବଂ ୪୬ ରନର ଭାଗୀଦାରି କରିଥିଲେ। ସ୍ମିଥ୍‌ ୮୦ରନ କରି ଖେଳୁଥିବାବେଳେ ଜୋଫ୍ରା ଆର୍ଚରଙ୍କ ଏକ ବଉନ୍ସର ତାଙ୍କ ବେକ ଓ ମୁଣ୍ଡ ମଧ୍ୟଭାଗରେ ବାଜିଥିଲା। ସେ ତଳରେ ପଡ଼ିଯାଇଥିଲେ। ତେବେ ସେ ପରେ ଖେଳ ଜାରି ରଖିଥିଲେ। ପିଟର ସିଡଲ ୯ ଏବଂ ନାଥାନ ଲିଅନ ୬ ରନ କରି ଆଉଟ ହୋଇଥିବା ବେଳେ ଜୋସ୍‌ ହାଜଲେଉଡ୍‌ ୩ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଷ୍ଟୁଆର୍ଟ ବ୍ରଡ ୬୫ ରନ ବିନିମୟରେ ୪ଟି ଉଇକେଟ ନେଇଥିବାବେଳେ କ୍ରିସ୍‌ ଓକ୍ସ ୩ ଏବଂ ଜୋଫ୍ରା ଆର୍ଚର ୨ ଉଇକେଟର ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri