Posted inଖେଳ

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ବର୍ମିଂହାମ,୪।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୧୪୪ ରନର ଶତକ ସହାୟତାରେ ୮୦.୪ ଓଭରରେ ୨୮୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ତୃତୀୟ ଦିନ ଚା’ପାନ ବିରତି ସୁଦ୍ଧା ୧୩୫. ୫ ଓଭରରେ ୩୭୪ ରନ କରି ଅଲଆଉଟ ହୋଇ ୯୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ଖେଳ ଶେଷ ସୁଦ୍ଧା ୩୧ ଓଭରରେ ୩ ଉଇକେଟ ହରାଇ ୧୨୪ ରନ ସଂଗ୍ରହ କରିଛି। ଫଳରେ ୭ ଉଇକେଟ ହାତରେ ରଖି ଅଷ୍ଟ୍ରେଲିଆ ୩୪ ରନରେ ଅଗ୍ରଣୀ ହାସଲ କରିଛି। ଓପନର କାମେରନ ବ୍ୟାଙ୍କ୍ରଫ୍ଟ ୭, ଡେଭିଡ ଓ୍ବାର୍ନର ୮, ଉସମାନ ଖ୍ବାଜା ୪୦ ରନ କରି ଆଉଟ ହୋଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ୪୬ ଓ ଟ୍ରାଭିସ୍‌ ହେଡ ୨୧ ରନ କରି ଅପରାଜିତ ରହିଛନ୍ତି। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ, ମୋଇନ ଅଲି ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୭/୪ରୁ ଇଂଲଣ୍ଡ ଖେଳ ଆରମ୍ଭ କରି ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବନର୍‌ସ ୧୨୫ରୁ ଖେଳ ଆରମ୍ଭ କରି ଆଉ ମାତ୍ର ୮ ରନ ଅଧିକ ସଂଗ୍ରହ କରି ଅଭିଜ୍ଞ ସ୍ପିନର ନାଥନ ଲିୟନଙ୍କ ବଲରେ ଉଇକେଟକିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୩୮ ରନରୁ ଖେଳ ଆରମ୍ଭ କରି ବେନ୍‌ ଷ୍ଟୋକ୍ସ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପାଖାପାଖି ୮ ଘଣ୍ଟା ବ୍ୟାଟିଂ କରି ବନର୍‌ସ ୩୧୨ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ଟି ଚୌକା ମାରି ୧୩୩ ରନର ଶତକୀୟ ପାଳି ଖେଳିବା ସହ ଇଂଲଣ୍ଡର ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଏଥିସହିତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଛନ୍ତି। ଲଞ୍ଚ୍‌ ପୂର୍ବରୁ ଇଂଲଣ୍ଡ ୪ ରନରେ ୩ ଉଇକେଟ ହରାଇଥିଲା। ନବମ ଉଇକେଟରେ ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ଓ୍ବକ୍ସ ୬୫ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଓ୍ବକ୍ସ ୩୭ ରନ କରି ଶେଷପର୍ଯନ୍ତ ଅପରାଜିତ ରହିଥିଲେ। ବ୍ରଡ ଉପଯୋଗୀ ୨୯ ରନ ସଂଗ୍ରହ କରିଥିଲେ। ପୂର୍ବରୁ ରୁଟ୍‌ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେବେ ବାକି ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲେ। କାଫ୍‌ ଇଞ୍ଜୁରି ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସିଥିବା ଜେମ୍ସ ଆଣ୍ଡରସନ ୩ ରନ କରିଥିବା ବେଳେ ଲିୟନଙ୍କ ବଲ୍‌ରେ ପ୍ୟାଟ କୁମିନ୍ସଙ୍କୁ କ୍ୟାଚ୍‌ ଦେଇ ଶେଷ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ଏହାପୂର୍ବରୁ ଜନ୍ନି ବେୟାରଷ୍ଟୋ ୮ ରନ କରି ପିଟର ସିଡଲଙ୍କ ବଲ୍‌ରେ ଓ୍ବାର୍ନରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କୁମିନ୍ସ ଓ ଲିୟନ ୩ଟି ଲେଖାଏ, ପାଟିନସନ ଓ ସିଡଲ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୮୦.୪ ଓଭରରେ ୨୮୪ ଅଲଆଉଟ।
ଇଂଲଣ୍ଡ ପ୍ରଥମ ଇନିଂସ: ୧୩୫.୫ ଓଭରରେ ୩୭୪ ଅଲଆଉଟ
(ବନର୍‌ସ- ୧୩୩, ରୁଟ୍‌- ୫୭, ଷ୍ଟୋକ୍ସ- ୫୦, ଓ୍ବକ୍ସ- ୩୭*, ବ୍ରଡ୍‌-୨୯, କୁମିନ୍ସ- ୩/୮୪, ଲିୟନ- ୩/୧୧୨, ପାଟିନସନ- ୨/୮୨, ସିଡଲ- ୨/୫୨ )।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୩୧ ଓଭରରେ ୧୨୪/୩।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri