Posted inଖେଳ

ଇଂଲଣ୍ଡକୁ ଜିତାଇଲେ ଷ୍ଟୋକ୍ସ

ଲିଡ୍ସ, ୨୫ା୮ (ଏଏଫ୍‌ପି)-ସ୍ଥାନୀୟ ହେଡିଙ୍ଗ୍‌ଲେଠାରେ ଅନୁଷ୍ଠିତ ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟିଛି। ବେନ୍‌ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି। ଇଂଲଣ୍ଡ ୩୫୯ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଷ୍ଟୋକ୍ସ ଓ ଜନି ବେୟାରଷ୍ଟୋ (୩୬)ଙ୍କ ମଧ୍ୟରେ ୫ମ ଉଇକେଟରେ ମହତ୍ତ୍ୱପୂର୍ଣ୍ଣ ୮୬ ରନର ପାର୍ଟନରଶିପ୍‌ ହୋଇଥିଲା। ମାତ୍ର ଏହି ଯୋଡ଼ିକୁ ଜୋସ୍‌ ହାଜେଲଉଡ୍‌ ଭାଙ୍ଗି ଦେଇଥିଲେ। ସେ ବେୟାରଷ୍ଟୋଙ୍କୁ ମାର୍ନସ ଲବୁସ୍କେନ୍‌ଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେଇଥିଲେ। ଷ୍ଟୋକ୍ସ ଗୋଟିଏ ପାର୍ଶ୍ୱରେ କ୍ରିଜ୍‌ରେ ଜମି ରହିଥିବାବେଳେ ଅନ୍ୟପଟେ ଜଣକ ପରେ ଜଣେ ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନକୁ ଫେରିବାରେ ଲାଗିଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋସ୍‌ ବଟଲର ଏବଂ କ୍ରିସ୍‌ ଓକ୍ସ ମାତ୍ର ୧ ରନ ଲେଖାଏ କରିଥିଲେ। ଜୋଫ୍ରା ଆର୍ଚର ୧୫ରନ କରିଥିବାବେଳେ ଷ୍ଟୁଆର୍ଟ ବ୍ରଡ୍‌ ବିନା କୌଣସି ରନରେ ଜେମ୍ସ ପ୍ୟାଟିିନସନଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଷ୍ଟୋକ୍ସ ଏବଂ ଜ୍ୟାକ ଲିଚ୍‌ (୧*)ଙ୍କ ମଧ୍ୟରେ ଅନ୍ତିମ ଉଇକେଟରେ ୯୬ ରନର ଅପରାଜିତ ପାର୍ଟନରଶିପ୍‌ ହୋଇଥିଲା। ଷ୍ଟୋକ୍ସ ତାଙ୍କ ଅପରାଜିତ ଲଢୁଆ ଇନିଂସରେ ୨୧୯ ବଲ୍‌ ସମ୍ନା କରିଥିଲେ। ସେ ୧୧ ଚୌକା ଓ ୮ ଛକା ଲଗାଇଥିଲେ। ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସରେ ୯ ଉଇକେଟ ହରାଇ ୩୬୨ ରନ କରି ମ୍ୟାଚ ଜିତି ନେଇଥିଲା।
ରବିବାର ପୂର୍ବଦିନର ଅସମାପ୍ତ ସ୍କୋର ୧୫୬/୩ରୁ ଖେଳ ଆରମ୍ଭ କରିଥିଲା। ପ୍ରଥମ ସେସନ ଖେଳରେ ଅଷ୍ଟ୍ରେଲିଆର ୪ଜଣିଆ ପେସ୍‌ ବାହିନୀ ନୂଆ ବଲ୍‌ରେ ଇଂଲଣ୍ଡକୁ ବିଶେଷ କ୍ଷତି ପହଞ୍ଚାଇ ପାରି ନ ଥିଲେ। ସେମାନେ କେବଳ ଗୋଟିଏ ଉଇକେଟ ପତନ ଘଟାଇ ପାରିଥିଲେ। ମଧ୍ୟାହ୍ନଭୋଜନ ଖେଳ ସୁଦ୍ଧା ଘରୋଇ ଦଳ ପୂର୍ବଦିନରୁ ୭୫ରନ କରି ଅପରାଜିତ ରହିଥିବା ଅଧିନାୟକ ଜୋ ରୁଟ୍‌ଙ୍କ ଉଇକେଟ ହରାଇଥିଲା। ରୁଟ୍‌ ମାତ୍ର ୨ ରନ ଯୋଗକରି ନାଥାନ ଲିଅନଙ୍କ ବଲ୍‌କୁ ଲେଗ୍‌ ସାଇଡ୍‌ରେ ଖେଳିବାକୁ ଯାଇ ଡେଡିଡ୍‌ ଓ୍ବାର୍ନରଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୧୭୯
ଇଂଲଣ୍ଡ ପ୍ରଥମ ଇନିଂସ: ୬୭
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୨୪୬
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୬୨/୯ (ବେନ୍‌ ଷ୍ଟୋକ୍ସ-୧୩୫*, ଜୋ ରୁଟ୍‌-୭୭, ଜୋ ଡେନ୍‌ଲୀ-୫୦, ଜନି ବେୟାରଷ୍ଟୋ-୩୬, , ଜୋସ୍‌ ହାଜେଲଉଡ୍‌-୪/୮୫, ନାଥାନ ଲିଅନ୍‌-୨/୧୧୪)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri