ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୫ଟି ଦଳ ସ୍ବାଇଁଙ୍କ ଘର, କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ପୃଥକ ଭାବେ ଚଢ଼ାଉ କରି ଅନେକ କିଛି ତଥ୍ୟ ପାଇଛନ୍ତି। ପ୍ରତି ଦଳରେ ୫/୬ ଜଣ ଲେଖାଏଁ କର୍ମଚାରୀ ସୋମବାର ସକାଳୁ ଚଢ଼ାଉରେ ସାମିଲ ଥିଲେ। ବିଶେଷକରି ସ୍ବାଇଁଙ୍କ ସ୍ଥାନୀୟ ଗୋପାଳସାଗରସ୍ଥିତ ନୂଆ ବାସଭବନ, ଗାନ୍ଧୀ ଛକରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ, ଜଗତ୍‌ସିଂହପୁର ବ୍ଲକ ବିସିପାତାଳସ୍ଥିତ ପୈତୃକ ଘର, ଜଗତ୍‌ସିଂହପୁର ବସ ଷ୍ଟପ୍‌ ନିକଟ କାର୍ଯ୍ୟାଳୟ ଓ ଶ୍ୱଶୁର ଘରେ ଏହି ଚଢ଼ାଉ ହୋଇଥିଲା।
ଏ ସମ୍ପର୍କରେ ଜଗତ୍‌ସିଂହପୁର ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସ୍‌ପି ତଥା ଇନ୍ସପେକ୍ଟର ହେମନ୍ତ କୁମାର ମହାନ୍ତି କହିଛନ୍ତି, ସ୍ବାଇଁଙ୍କ ଗୋପାଳସାଗରସ୍ଥିତ ଘରୁ ନଗଦ ୨୩,୮୦୦ ଟଙ୍କା ମିଳିଛି। ଏଥିସହ ଆସବାବପତ୍ର ୨,୯୦,୦୦୦ ଟଙ୍କା ଓ ୫ଟା ବ୍ୟାଙ୍କରେ ୨,୯୩,୦୦୦ ଟଙ୍କାର ଜମା ସଂକ୍ରାନ୍ତୀୟ କାଗଜପତ୍ର ଜବତ ହୋଇଛି। ଏହି ବିଲ୍ଡିଂର ମୂଲ୍ୟ ୨୯,୯୦,୦୦୦ ଟଙ୍କା ହୋଇଥିବାବେଳେ ସୁନା ୬୭,୦୦୦, ୨ଟି ବାଇକ୍‌ ମଧ୍ୟରୁ ଗୋଟିଏ ୧,୦୦,୦୦୦ ଓ ଅନ୍ୟଟି ୭୦,୦୦୦ ଟଙ୍କାର ବୋଲି ଜଣାଯାଇଛି। ବସ ଷ୍ଟପ୍‌ ନିକଟ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଜବତ ହୋଇଛି। ପୈତୃକ ଘର ବିସିପିତଳରୁ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇପାରିଛି। ସ୍ବାଇଁଙ୍କ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ ୫୧ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। କିନ୍ତୁ ଶ୍ୱଶୁର ଘରୁ କିଛି ମିଳିପାରିନାହିଁ। କଟକରେ ୧୩ ଲକ୍ଷରୁ ଅଧିକ ଟଙ୍କାର ଏକ ଜମି ଅଛି, ଯାହା ସ୍ବାଇଁଙ୍କ ବାପାଙ୍କ ନାଁରେ ଥିବା ଜଣାଯାଇଛି। ୨୦୧୧ ମସିହାରୁ ସ୍ବାଇଁ ଚୁକ୍ତିଭିତ୍ତିରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। ପ୍ରଥମେ କମ ଦରମା ପାଉଥିଲେ। ଏବେ ପାଖାପାଖି ୧୫,୦୦୦ ଟଙ୍କା ପାଉଥିବା ଜଣାଯାଇଛି। ତେବେ ମାତ୍ର ୮ ବର୍ଷରେ ସେ ଆୟଠାରୁ ଅଧିକ ସମ୍ପତ୍ତି ହାତେଇଥିବା ସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି କଟକ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶପ୍ରକାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯାଜପୁର ଡିଏସ୍‌ପି ବନମାଳୀ ଧଳ, କେନ୍ଦ୍ରାପଡ଼ା ଡିଏସ୍‌ପି ଏସ୍‌. ଏନ୍‌. ରାଉଗୁରୁ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର

ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri