ଆୟୁଷ ଡାକ୍‌ତର ଭରସାରେ ୫୦ ହଜାର ଲୋକ୍‌

ଲାଠୋର, ୧୬।୧ (ଡି.ଏନ୍‌.ଏ)- ରାଏଜ୍‌ ସରକାର ଲୁକ୍‌କୁ ଉଚମାନର ସ୍ବାସ୍ଥ୍ୟସେବା ଯୁଗେଇ ଦେବାର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ଏନ୍‌ତା କି ସ୍ବାସ୍ଥ୍ୟ ବିଭାଗକେ ଗୁରୁତ୍‌ ଦେଇ ରାଏଜ୍‌ ସରକାର ୫-ଟି ଯୋଜନାରେ ସାମିଲ କରିଛନ୍‌। ହେଲେ ଆଏଜ୍‌ ବି ଅନେକ ଡାକ୍‌ତରଖାନାରେ ଡାକ୍‌ତର, କରମଚାରୀ ଅଭାବୁ ରୁଗୀମାନେ ହଇରାନ ହରକତ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦରରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ।
ସୂଚନା ଅନ୍‌ସାରେ ୧୯୭୫ ସାଲେ ଲାଠୋର ଅଂଚଲବାସୀକୁ ସ୍ବାସ୍ଥ୍ୟସେବା ଯୁଗେଇ ଦେବାର ଉଦେଶ୍‌ରେ ରାଏଜ୍‌ ସରକାର ଗୁଟେ ସ୍ବାସ୍ଥ୍ୟକେନ୍ଦ୍ରର ଥାପନା କରିଥିଲେ। ଏହେଦେ ଇ ସ୍ବାସ୍ଥ୍ୟକେନ୍ଦ୍ରଟା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମାଏନ୍‌ତା ପାଇଛେ। ଇ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଖପ୍ରାଖୋଲ, ବେଲପଡ଼ା, ତୁରେକେଲା, ନୂଆପଡ଼ା ଜିଲାର କୋମନା ବ୍ଲକ ଆଦିର ପାଖାପାଖି ୫୦ ହଜାର ଲୋକ୍‌ ନିରଭର କରୁଛନ୍‌। ହେଲେ ଦୁଖର କଥା ଇ ଡାକ୍‌ତରଖାନା ଝନେ ଆୟୁଷ ଡାକ୍‌ତର, ଝନେ ଫାର୍ମାସିଷ୍ଟ, ଝନେ ନର୍ସ ଆର ପିଅନରେ ଚାଲିଛେ। ଇଠାନେ ବଛ୍‌ରେ ଆଗ୍‌ରୁ କାମ୍‌ କରୁଥିବାର ଝନେ ଏମ୍‌ବିବିଏସ୍‌ ଡାକ୍‌ତରକଁର ବଦଲି ହେଲା ଉତାରୁ ତାକର ଜାଗାରେ କାହାକେ ନାଇଁ ଦିଆଯାଇ। ଏନ୍‌ତାଥି ଆୟୁଷ ଡାକ୍‌ତରକଁର ଭରସାରେ ଇ ଡାକ୍‌ତରଖାନା ଚାଲୁଛେ। ଲାଠୋର ଅଂଚଲଟା ବହୁତ୍‌ ବଡ଼ ହେଇଥିଲାବେଲେ ରେଲ ଯୋଗାଯୋଗ ଲାଗି ଫିଦିନ ଇଠାନକେ ଅନେକ୍‌ ରୁଗୀ ଆସୁଛନ୍‌। ହେଲେ ଡାକ୍‌ତର ଅଭାବୁ ରୁଗୀମାନେ ବଡ଼ା ହଇରାନ ହରକତ ହେଉଥିବାର ଦେଖ୍‌ବାକେ ମିଲୁଛେ। ସେନ୍‌ତା କେହେନ୍‌ସି ଗୁରୁତ ରୁଗୀ ଇଠାନ୍‌କେ ଆଏଲେ ପରିସ୍ଥିତି ସଂଗୀନ ହେଇଯାଉଛେ। ଡାକ୍‌ତରଖାନାରେ ଝନେ ଏମ୍‌ବିବିଏସ୍‌ ଡାକ୍‌ତରକୁଁ ଦେବାର ଲାଗି ଅଂଚଲବାସୀ ଅନେକ ଥର ଧାରନା, ଅନସନ କରି ନିରାଶ ହେଇଛନ୍‌। ଏଭେ ମାସକେତେ ତଲେ ଅନେକ ଜାଗାରେ ଡାକ୍‌ତର ନିଯୁକ୍ତ କରାଯାଇଥିଲାବେଲେ ଲାଠୋର ଡାକ୍‌ତରଖାନାକେ ସ୍ବାସ୍ଥ୍ୟ ବିଭାଗ ପାସ୍‌ରି ଦେଇଛେ। ଲାଠୋର ଅଂଚଲର କେତେ ସଚେତନ ନାଗରିକ ଥାନୀଅ ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲକଁର ସଂଗେ ମିଶି ମାସେ ତଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସକୁଁ ବଲାଙ୍ଗୀରରେ ଭେଟି ଲାଠୋର ଡାକ୍‌ତରଖାନାର ସମସିଆ ଉପରେ କହିଥିଲେ। ମନ୍ତ୍ରୀକୁଁ ସେମାନେ ଦାବିପତର ଜରିଆରେ ଝନେ ଏମ୍‌ବିବିଏସ୍‌ ଡାକ୍‌ତରକୁ ନିଯୁକ୍ତି ଦେବାକେ ଅନୁରୋଧ କରିଥିଲେ। ହେଲେ ଆଏଜ୍‌ତକ ଇ ଦିଗେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ। ଆଏବାର ଦିନେ ଲାଠୋର ଡାକ୍‌ତରଖାନାରେ ଝନେ ଏମ୍‌ବିବିଏସ୍‌ ଡାକ୍‌ତରକୁଁ ନିଯୁକ୍ତି ନାଇଁଦେଲେ ଅଂଚଲର ଭିନେ ଭିନେ ଅନୁଷ୍ଠାନ ଆଂଦୋଲନ ଲାଗି ରାଜରାସ୍‌ତାକେ ଉତିରବେ ବଲି ଚେତାବନୀ ଦେଇଛନ୍‌। ଇ ଦିଗେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।