ଆୟୁଷ କମୁଛି ୭ ବର୍ଷ: ଇଣ୍ଡୋ-ଗାଙ୍ଗେଟିକ୍‌ ସମତଳ ଅଞ୍ଚଳ ଲୋକେ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ/ସିକାଗୋ,୩୧।୧୦: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଲୋକଙ୍କ ହାରାହାରି ଆୟୁଷ ୭ ବର୍ଷ କମୁଛି ବୋଲି ସିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ବାୟୁ ପ୍ରଦୂଷଣ ଯୋଗୁ ଇଣ୍ଡୋ-ଗାଙ୍ଗେଟିକ୍‌ ସମତଳ ଅଞ୍ଚଳର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ଏହି ଅଞ୍ଚଳରେ ଥିବା ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦିରେ ଲୋକଙ୍କ ହାରାହାରି ଆୟୁଷ ଧୀରେଧୀରେ କମିବାରେ ଲାଗିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏସବୁ ଅଞ୍ଚଳରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ପ୍ରଦୂଷଣ ମାନକକୁ ଅଣଦେଖା କରାଯାଉଛି। ଫଳରେ ଏହାର ନକାରାତ୍ମକ ପ୍ରଭାବ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପଡୁଛି। ୧୯୯୮ରେ ଏଠାରେ ଜୀବନଧାରଣ ଆୟୁଷ ସୀମା ୧.୨ ବର୍ଷ କମିଥିବାବେଳେ ପରବର୍ତ୍ତୀ ସମୟରେ ଏହା ୩.୭ ବର୍ଷକୁ ବୃଦ୍ଧି ପାଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share