ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି

ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ ପାଇଁ ଆଣିଦେଇଛି ସଫଳତା। ରୋଗ ପ୍ରତିରୋଧକ ଶକ୍ତି, ମେଧାଶକ୍ତି ଓ ସ୍ମରଣ ଶକ୍ତି ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର କ୍ୟାମ୍ପ ଜରିଆରେ ଶିଶୁମାନଙ୍କୁ ମାଗଣାରେ ସ୍ବର୍ଣ୍ଣପ୍ରାସନ ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି ସେ। ବାଲେଶ୍ୱର ଗଗନଧୂଳି ଗ୍ରାମରେ ଜନ୍ମିତ ତଥା ଚିକିତ୍ସା କ୍ଷେତ୍ରରେ କିଛି ନୂତନତ୍ୱ ଆଣିବାରେ ସଦାବ୍ୟସ୍ତ ଡା.ପଣ୍ଡାଙ୍କ ସହ ଧରିତ୍ରୀର ଅନ୍ତରଙ୍ଗ ଆଳାପ।

ଆୟୁର୍ବେଦ ଚିକିତ୍ସାରେ କ୍ୟାରିୟର କରିବାକୁ କାହିଁକି ମନ ବଳାଇଲେ ?
ଆୟୁର୍ବେଦ ଚିକିତ୍ସାରେ ଅଧ୍ୟୟନ ଓ କ୍ୟାରିୟର କରିବାକୁ କେବେ ବି ଚିନ୍ତା କରି ନ ଥିଲି। ଭଦ୍ରକ କଲେଜରେ ପଢୁଥିବା ବେଳେ କଲେଜ ପକ୍ଷରୁ କେରଳର କୋଚିରେ ଚାଲିଥିବା ଅଲ୍‌ଇଣ୍ଡିଆ ଏନ୍‌ସିସି କ୍ୟାମ୍ପ୍‌କୁ ଭାଗନେବାକୁ ଯାଇଥାଏ। ସେତେବେଳେ ବଡ଼ଭାଇ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ନାମଲେଖାଇବାକୁ ଫର୍ମ ଦାଖଲ କରିଦେଇଥିଲେ ଓ ସେହି କଲେଜରେ ମୋତେ ସିଟ୍‌ ମଧ୍ୟ ମିଳିଗଲା। କ୍ୟାମ୍ପରୁ ଫେରିବା ପରେ ଆୟୁର୍ବେଦର ବିଏମ୍‌ଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିଲି। ପ୍ରଥମ ବର୍ଷରେ ହିଁ କ୍ଳାସ୍‌ରେ ସର୍ବୋଚ୍ଚ ନମ୍ବର ରଖିଥିଲି। ପରବର୍ତ୍ତୀି ସମୟରେ ଆୟୁର୍ବେଦ ଉପରେ ବ୍ରତୀ ହେବା ସହ ଗବେଷଣା କରିବାକୁ ମନସ୍ଥ କଲି।

ଆୟୁର୍ବେଦ ଚିକିତ୍ସାରେ କ୍ୟାରିୟର ପାଇଁ କାହାଠାରୁ ପ୍ରେରଣା ପାଇଛନ୍ତି ?
ନିଜର ପରିବାରଠାରୁ ଆୟୁର୍ବେଦ ଚିକିତ୍ସତ୍କ ହେବା ପାଇଁ ପ୍ରେରଣା ପାଇଛି। ମାଆ ତୁଳସୀମଣି ଓ ବାପା ପର୍ଶୁରାମ ପଣ୍ଡା ଆୟୁର୍ବେଦ ଚିକିସତ୍କ ହେବାକୁ ପ୍ରତି ମୁହୂର୍ତ୍ତରେ ମୋତେ ପ୍ରେରଣା ଯୋଗାଇଆସିଛନ୍ତି।

ଶିଶୁରୋଗ ଉପରେ ଗବେଷଣା ଓ ଚିକିତ୍ସକ ହେବାକୁ କାହିଁକି ଇଚ୍ଛା କଲେ ?
ସେହିସମୟରେ କଲେଜର ଟପ୍ପର ଛାତ୍ରୀଛାତ୍ରମାନେ ଶିଶୁରୋଗ ବିଭାଗରେ ହିଁ ଗବେଷଣା ଓ ଚିକିସତ୍କ ହେବାକୁ ଇଚ୍ଛା ପ୍ରକାଶ କରୁଥିଲେ। ଯେହେତୁ କ୍ଲାସ୍‌ରେ ସର୍ବଦା ଟପ୍ପର ହେଉଥିଲି, ସେଥିପାଇଁ ଶିଶୁରୋଗ ଗବେଷକ ଓ ଚିକିତ୍ସକ ହେବାକୁ ନିଷ୍ପତ୍ତି ନେଇଥିଲି।

ଜଣେ ସଫଳ ଆୟୁର୍ବେଦ ଶିଶୁରୋଗ ବିଶେଷଜ୍ଞ ଓ ଚିକିତ୍ସକ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ତେବେ ସଫଳତା ଓ ଅନୁଭୂତି ତଥା ଅଭିଜ୍ଞତା ସମ୍ପର୍କରେ କ’ଣ କହିବେ ?
ଜଣେ ସଫଳ ଚିକିତ୍ସକ ହେବାକୁ ହେଲେ ନିଜସ୍ବ ଜ୍ଞାନ ସହ ଇଚ୍ଛାଶକ୍ତି ଓ ସାଧନାର ଆବଶ୍ୟକତା ରହିଛି। ଆୟୁର୍ବେଦରେ ଅଧ୍ୟୟନ ଆରମ୍ଭରୁ ସର୍ବଦା ସାଧନା, ଗବେଷଣାରେ ରତି ରହିଛି। ଶିଶୁରୋଗ ଉପରେ ନୂତନ ଆୟୁର୍ବେଦ ଚିକିତ୍ସା ଓ ଔଷଧ ଆବିଷ୍କାରକୁ ନେଇ ଗବେଷଣା କରିଆସିଛି। କିଛି ନୂଆ ଶିଖିବା, ନୂଆ କରିବାର ଚେଷ୍ଟା ଓ ସାଧନା ଫଳରେ ବର୍ତ୍ତମାନ ଶିଶୁରୋଗ ମଧ୍ୟରେ ଜନ୍ମରୁ ୧୬ ବର୍ଷର ଶିଶୁଙ୍କ ମଧ୍ୟରେ ଦେଖାଦେଉଥିବା ସିକିଲ ସେଲ୍‌ ଏନିମିଆ, କୁପୋଷଣ, ଅପସ୍ମାର ଭଳି ରୋଗର ସ୍ବତନ୍ତ୍ର ଚିକିସତ୍ା ପ୍ରଦାନ କରିବାରେ ସଫଳ ହୋଇପାରୁଛି। ଏଥିସହ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଶିଶୁରୋଗ ବ୍ୟତୀତ ବାତ, ଚର୍ମରୋଗର ମଧ୍ୟ ସଫଳ ଚିକିତ୍ସା ପ୍ରଦାନ କରିପାରୁଛି।

ଆୟୁର୍ବେଦ ମାଧ୍ୟମରେ ଶିଶୁରୋଗର ସମ୍ପୂର୍ଣ୍ଣ ଉପଶମ ସମ୍ଭବ କି ?
ନିଶ୍ଚୟ ସମ୍ଭବ। ଶିଶୁର ରୋଗ ଆରମ୍ଭରୁ ଆୟୁର୍ବେଦର ନିୟମିତ ଚିକିତ୍ସା ପ୍ରଦାନ କଲେ ସିକିଲ ସେଲ୍‌ ଏନିମିଆ, କୁପୋଷଣ, ଅପସ୍ମାର ଭଳି ଶିଶୁ ରୋଗର ଉପଶମ ସମ୍ଭବ ହୋଇପାରୁଛି। ଯଦି ଗବେଷଣା ଦ୍ୱାରା ଆୟୁର୍ବେଦର ବିଭିନ୍ନ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଅଣାଯାଇ ପାରିବ ତେବେ ଏହା ଦ୍ୱାରା ଅନେକ ରୋଗର ସମାଧାନ ସମ୍ଭବ ହୋଇପାରିବ।

ଆଗାମୀ ଦିନର ଲକ୍ଷ୍ୟ କ’ଣ?
ସରକାରୀ ଚାକିରିରୁ ଅବସର ପରେ ଆୟୁର୍ବେଦର ନିଜସ୍ବ ଗବେଷଣା ପ୍ରତିଷ୍ଠାନ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରତିଷ୍ଠାନ ଦ୍ୱାରା ନୂତନ ଆର୍ୟୁବେଦ ଚିକିତ୍ସକ, ଗବେଷକ ସୃଷ୍ଟି କରାଯାଇପାରିବ। ଏହା ଆୟୁର୍ବେଦର ପ୍ରଚାର, ପ୍ରସାର ଓ ବିକାଶରେ ମଧ୍ୟ ଯଥେଷ୍ଟ ସହାୟକ ହେବ।

ଆୟୁର୍ବେଦ ଚିକତ୍ସାର ବିକାଶ ଓ କ୍ୟାରିୟର ଗଠନ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ କ’ଣ କହିବେ ?
ବର୍ତ୍ତମାନ ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆୟୁର୍ବେଦ ଓ ଯୋଗର ଅନ୍ତର୍ଜାତୀୟସ୍ତରରେ ଆଦର ବଢିଛି। ଗବେଷଣା କ୍ଷେତ୍ରରେ ବିକାଶ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଯୋଜନା ହେଉଛି। ଏଥିପାଇଁ ବର୍ତ୍ତମାନ ଅଧ୍ୟୟନରତ ତଥା ଆୟୁର୍ବେଦ ଚିକିତ୍ସକ ଭାବେ କ୍ୟାରିୟର ଗଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ଏହାର ମୂଳତତ୍ତ୍ୱକୁ ଜାଣିବା ଆବଶ୍ୟକ। ଆଧୁନିକ ଜ୍ଞାନକୌଶଳ ସହ ଆୟୁର୍ବେଦ ଚିକିତ୍ସା ଉପରେ ଗବେଷଣା କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri