Categories: ଖେଳ

ଆୟାରଙ୍କୁ କୋଳାଗ୍ରତ କଲେ ଚହଲ, ଈର୍ଷାନ୍ବିତ ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଭଲ ପ୍ରଦର୍ଶନ କରନ୍ତୁ ବା ନ କରନ୍ତୁ କିନ୍ତୁ ସୋସିଆଲ ମିଡିଆରେ ହସ ମଜାକ କରୁଥିବା ଫଟୋ, ଭିଡିଓ ପ୍ରତିଦିନ ଭାଇରାଲ ହୋଇଥାଏ। ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ନିଜ ଚ୍ୟାନେଲ ଚହଲ ଟିଭିକୁ ନେଇ ଭାରତୀୟ ଦଳରେ ବେଶ୍‌ ଲୋକପ୍ରିୟ। ଅଧିକାଂଶ ସମୟରେ ସେ ସାଥୀ ଖେଳାଳିଙ୍କ ମଜାଳିଆ ସାକ୍ଷାତକାର ନେଇଥାନ୍ତି। ନିକଟରେ ସେ ଶ୍ରେୟାସ ଆୟାରଙ୍କ ସହ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଫଟୋରେ ସେ ଆୟାରଙ୍କୁ କୋଳାଗ୍ରତ କରୁଥିବାର ଦେଖାଯାଇଛି। ଏହି ଫଟୋକୁ ନେଇ ଓପନର ରୋହିତ ଶର୍ମା ଏକ ମଜାଳିଆ ଟିପ୍ପଣୀ ଦେଇଛନ୍ତି। ଯାହାର ଜବାବରେ ଚହଲ କହିଛନ୍ତି, ତୁମେ ମୋତେ ମନେ ପକଉଛ, କାରଣ ତୁମେ ଏଠି ନାହଁ। ଈର୍ଷାନ୍ବିତ ହୁଅ ନାହିଁ, ଖୁବ୍‌ଶୀଘ୍ର ଆଗାମୀ ଫଟୋ ତୁମ ସହ ଉଠାଯିବ ବୋଲି ଚହଲ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ୫-୦ରେ କ୍ଲିନ୍‌ସୁଇପ୍‌ କରିବା ପରେ ଏକଦିବସୀୟ ସିରିଜରେ ଭାରତୀୟ ଦଳ ଶୋଚନୀୟ ପରାଜୟବରଣ କରିଛି। ଟି୨୦ ସିରିଜରେ ଆହତ ହେବା କାରଣରୁ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡିଛନ୍ତି।

Share