ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: କୋଟିପତି ଶିକ୍ଷୟିତ୍ରୀ ଗିରଫ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୬ସ୍ଥିତ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗୁରୁବାର ଗିରଫ ହୋଇଛନ୍ତି।
ସୂଚନାଯୋଗ୍ୟ, ତିଳୋତ୍ତମାଙ୍କ ଘରେ ଗୁରୁବାର ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ସହ ୯ଟି ପ୍ଲଟ, ୨ ଘର ଏବଂ ବ୍ୟାଙ୍କ ବାଲାନ୍ସ ସହ ୩ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କରାଯାଇଛି। ଚନ୍ଦକା, ଅରଗୋଳ, ସୁନ୍ଦରପଦା, ବାଲିଅନ୍ତା, ଉତ୍ତରା ଓ ପିପିଲିରେ ତାଙ୍କର ପ୍ଲଟ ରହିଥିବା ସୂଚନା ମିଳିଛି। ସେହିଭଳି ୧୦ ବ୍ୟାଙ୍କ ଆକାଉଣ୍ଟ, ୨୫ଲକ୍ଷ ଟଙ୍କାର ଏଲ୍‌ଆଇସି ବଣ୍ଡ, ୩୨ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେହିପରି ଏକ ମାରୁତି କାର୍‌ ଏବଂ ଅନ୍ୟ ୩ଟି ବାଇକ ଥିବା ଭିଜିଲାନ୍ସ ସୂଚନା ଦେଇଛି।