ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ ସିଟ୍‌ଦ୍ୱୟ ହେଲା ଜାଲୁକବାରି ଓ ଗୁଆହାଟୀ କେନ୍ଦ୍ରୀୟ (ଗୁଆହାଟୀ ସେଣ୍ଟ୍ରାଲ)। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ଆସନରୁ ପ୍ରାୟ ୨୫ ବର୍ଷ ଧରି ପ୍ରତିନିଧିତ୍ୱ କରିଆସୁଛନ୍ତି। ଭାରତୀୟ ଜାତୀୟ କଂଗ୍ରେସରୁ ୩ ଥର ଓ ଭାରତୀୟ ଜନତା ପାର୍ଟିରୁ ୨ ଥର ଏହିପରି ୫ ଥର କ୍ରମାଗତ ଏହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ସେ ରେକର୍ଡ ସୃଷ୍ଟି କରିଛନ୍ତି। ଭୋଟଗ୍ରହଣ ହେବାକୁ ଥିବା ଜାଲୁକବାରି ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଯେତିକି ଗୁରୁତ୍ୱ ବହନ କରୁଛି କଂଗ୍ରେସର ନବାଗତ ମହିଳା ପ୍ରାର୍ଥୀ ବିଦିଶା ନିୟୋଗଙ୍କ ଉପସ୍ଥିତି ଏହାକୁ ସମପରିମାଣରେ ଚର୍ଚ୍ଚାକୁ ଆଣିଛି। ବର୍ଷେ ତଳେ କଂଗ୍ରେସରେ ଯୋଗ ଦେଇଥିବା ବିଦିଶା ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଥିବା ଅସଙ୍ଗତିକୁ ଲୋକଲୋଚନକୁ ଆଣିବାକୁ ଯାଇ ବିଭିନ୍ନ ପ୍ରସଙ୍ଗକୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି। ତେବେ ବିଦିଶାଙ୍କ ଠାରୁ ଯିଏ ଆସାମ ରାଜନୀତିରେ ଆହୁରି ଖୁବ୍‌ ଆଲୋଚନାକୁ ଆସିଛନ୍ତି ସେ ହେଲେ ୨୭ ବର୍ଷୀୟା କୁଙ୍କି ଚୌଧୁରୀ । ସେ ସବୁଠାରୁ ଯୁବ ପ୍ରାର୍ଥୀ
ଭାବେ ଉଭା ହୋଇଛନ୍ତି, ଯିଏ ବନ୍ୟା, ଚାକିରି ଓ ପାର୍କିଂ ପରି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛନ୍ତି। ଆସାମ ବିଧାନସଭା ନିର୍ବାଚନର ଶେଷ ଆଡ଼କୁ ଗୁଆହାଟୀ କେନ୍ଦ୍ରୀୟ ନିର୍ବାଚନ କ୍ଷେତ୍ରରେ କୁଙ୍କିଙ୍କ ପ୍ରଚାର ଖୁବ୍‌ ଧ୍ୟାନ ଆକର୍ଷଣ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ପ୍ରଚାର କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲେ ଯେ କୁଙ୍କିଙ୍କ ପରିବାର ସୋସିଆଲ ମିଡିଆରେ ଗୋମାଂସ ଖାଇବାର ଫଟୋ ଶେୟାର କରିଛନ୍ତି। ସେ ଭାଷଣ ଦେବାବେଳେ ଓ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଏହି ପ୍ରସଙ୍ଗ ଉଠାଇଛନ୍ତି।
ବିଷୟଟି ଆହୁରି ସ୍ଫୀତ ହୋଇଥିଲା ଯେତେବେଳେ ସେ ଆସାମର ଗୋ-ରକ୍ଷା ଆଇନ ଅନୁଯାୟୀ ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଚେତାବନୀ ଦେଇଥିଲେ ଓ ନିର୍ବାଚନୀ ଶୋଭାଯାତ୍ରାରେ ଏହାକୁ ଉଲ୍ଲେଖ କରିଥିଲେ।
କୁଙ୍କି ଏହାର ଜବାବ ଦେବାକୁ ଯାଇ କହିଛନ୍ତି ଯେ, ତାଙ୍କୁ ଟାର୍ଗେଟ କରି ଏକ ଏଆଇ ଜେନେରେଟେଡ୍‌ ଭିଡିଓ ଅନଲାଇନ୍‌ ଘୂରୁଛି ଏବଂ ସେ ଏହା ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
ଏସବୁ ବାକ୍‌ଯୁଦ୍ଧ ପ୍ରତିଦ୍ୱନ୍ଦ୍ୱିତାକୁ ରୋଚକ ସ୍ତରରେ ନେଇ ପହଞ୍ଚାଇଛି।
କୁଙ୍କିଙ୍କ ପ୍ରଚାର ଶୈଳୀରେ ବ୍ୟତିବ୍ୟସ୍ତ ହୋଇ ହିମନ୍ତ ଏଭଳି ମନ୍ତବ୍ୟ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ତାଙ୍କୁ ଟାର୍ଗେଟ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବ୍ୟାପକ ହେବାରେ ଲାଗିଛି। ଏଭଳି ସ୍ଥଳେ କୁଙ୍କି ଚୌଧୁରୀ କିଏ ଓ ତାଙ୍କ ପ୍ରଚାର ଶୈଳୀ କେଉଁଭଳି ଦୃଷ୍ଟି ଆକର୍ଷଣ କରୁଛି ବୋଲି ଅନେକେ ଜାଣିବାକୁ ଚାହିଁବା ସ୍ବାଭାବିକ।
କୁଙ୍କି ଗୁଆହାଟୀ କେନ୍ଦ୍ରୀୟ ନିର୍ବାଚନମଣ୍ଡଳୀରୁ ଆସାମ ଜାତୀୟ ପରିଷଦ (ଏଜେପି) ତରଫରୁ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଏଜେପି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିଛି।
ନିର୍ବାଚନରେ ସବୁଠାରୁ ଯୁବ ପ୍ରାର୍ଥୀ ଭାବେ କୁଙ୍କି ଅଭିଜ୍ଞ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଜୟ କୁମାର ଗୁପ୍ତାଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। କୁଙ୍କି ଗୁଆହାଟୀର ଶ୍ରୀମନ୍ତ ଶଙ୍କର ଏକାଡେମୀରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ମୁମ୍ବାଇରେ ସ୍ନାତକ ଡିଗ୍ରୀ କରିିଥିଲେ। ଏହା ପରେ ଉଚ୍ଚଶିକ୍ଷା ପାଇଁ ବ୍ରିଟେନ ଯାଇଥିଲେ। ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ)ରୁ ଏଜୁକେଶନାଲ ଲିଡରଶିପ୍‌ (ଶିକ୍ଷାଗତ ନେତୃତ୍ୱ)ରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ଆସାମକୁ ଫେରି ପରିବାରର ବ୍ୟବସାୟିକ କାର୍ଯ୍ୟରେ ଯୋଗ ଦେଇଥିଲେ।
ହେଲେ ରାଜ୍ୟ ସରକାର ଲୋକଙ୍କ ପ୍ରତି ଅନ୍ୟାୟ କରୁଥିବା ଦେଖିବା ପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ। ସେ ପ୍ରଥମ ଥର ପାଇଁ ନିର୍ବାଚନକୁ ଓହ୍ଲାଇ ଭାଜପା ନେତା ତଥା ବର୍ତ୍ତମାନର ବିଧାୟକ ବିଜୟଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁଙ୍କିଙ୍କ ଶୈକ୍ଷିକ ପୃଷ୍ଠଭୂମି ଓ ଅନ୍ତର୍ଜାତୀୟ ଅନୁଭୂତି ତାଙ୍କ ନିର୍ବାଚନୀ ପ୍ରଚାରରେ ଭିନ୍ନତା ଆଣିଦେଇଛି। ତାଙ୍କ ପ୍ରଚାର ଗୁଆହାଟୀ କେନ୍ଦ୍ରୀୟର ସହରୀ ନାଗରିକ ପ୍ରସଙ୍ଗଗୁଡ଼ିକ ଉପରେ କେନ୍ଦ୍ରିତ।
ତାଙ୍କ ଘୋଷିତ ପ୍ରାଥମିକତା ମଧ୍ୟରେ ଡ୍ରେନେଜ ବ୍ୟବସ୍ଥାର ଉନ୍ନତି, ସହରୀ ବନ୍ୟାର ମୁକାବିଲା, ପାର୍କିଂ ଭିତ୍ତିଭୂମି ସମ୍ପ୍ରସାରଣ, ଆବର୍ଜନା ପରିଚାଳନାକୁ ସୁଦୃଢ଼ କରିବା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମର୍ଥନ କରିବା ଆଦି ଅନ୍ତର୍ଭୁକ୍ତ।
ସେ ଜଳ ଯୋଗାଣ, ଶିକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ମଧ୍ୟ ଅଗ୍ରପ୍ରାଧାନ୍ୟ ଦେଉଛନ୍ତି।
ଅନେକ ରାଜନୀତି ବିଶେଷଜ୍ଞ ଏହି ନିର୍ବାଚନକୁ ନବାଗତ ବନାମ ଅଭିଜ୍ଞ ନେତା ମଧ୍ୟରେ ସିଧା ପ୍ରତିଦ୍ୱନ୍ଦ୍ୱିତା ପିଢ଼ି ପରିବର୍ତ୍ତନ (ଜେନେରେଶନାଲ ଚେଞ୍ଜ୍‌) ବନାମ ରାଜନୈତିକ ଧାରାବାହିକତା (ପଲିଟିକାଲ କଣ୍ଟିନିୟୁଟି)ର କାହାଣୀ ଗଢ଼ୁଛି ବୋଲି ଅଭିହିତ କଲେଣି।
କୁଙ୍କି ଜେନ୍‌ ଜି ବର୍ଗରେ ଆସୁଥିବାରୁ ଭାରତୀୟ ଯୁବ ଭୋଟରଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଦେଇଛି। ଏହି ପ୍ରାର୍ଥିତ୍ୱ ନିର୍ବାଚନରେ ଯୁବ ପ୍ରାର୍ଥୀଙ୍କ ଉପସ୍ଥିତିକୁ ପ୍ରତିଫଳିତ କରୁଛି, ଯେଉଁମାନେ ପ୍ରଥମ ଥର ଭୋଟର ଏବଂ ସହରୀ ଯୁବବଗର୍ର୍ଙ୍କ ସହ ଯୋଗାଯୋଗ କରୁଛନ୍ତି।
କୁଙ୍କିଙ୍କ ପ୍ରଚାର ଶିକ୍ଷା, ଡିଜିଟାଲ ଏକ୍ସପୋଜର୍‌ ଏବଂ ଚାକିରି, ଭିତ୍ତିଭୂମି ଓ ସହର ପରିଚାଳନା ପରି ପ୍ରସଙ୍ଗକୁ ମଧ୍ୟ ପ୍ରତିଫଳିତ କରେ।
୯ ଏପ୍ରିଲ ୨୦୨୬ରେ ମତଦାନ ହେବାକୁ ଥିବାରୁ ଏହି ଆସନର ଫଳାଫଳ ସମଗ୍ର ଆସାମ ନିର୍ବାଚନର ଗତି କେଉଁ ଆଡ଼କୁ ଯାଉଛି ତାହା ସ୍ପଷ୍ଟ କରିବ ବୋଲି କୁହାଯାଉଛିି।
-ଜିତେନ୍ଦ୍ର କୁମାର ନାୟକ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି: ଚିଠି କରି କାମ ସାରିଦେଲେ…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri