ଆହାର ନ ପାଇ ଫେରୁଛନ୍ତି ଲୋକେ

ଫୁଲବାଣୀ ଅଫିସ, ୨୫ା୨-ସହରର ଗରିବ, ଦିନ ମଜୁରିଆଙ୍କୁ ୫ ଟଙ୍କାରେ ଭାତ, ଡାଲମା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆହାର ଯୋଜନା। କନ୍ଧମାଳ ଜିଲା ଫୁଲବାଣୀ ସହରରେ ଦୁଇଟି ସ୍ଥାନରେ ଏହି କେନ୍ଦ୍ର ଖୋଲାଯାଇଛି। ଗୋଟିଏ ବସ୍‌ଷ୍ଟାଣ୍ଡରେ ଏବଂ ଅନ୍ୟଟି ମେଡିକାଲ ପରିସରରେ। ମେଡିକାଲ ପରିସରରେ ଖୋଲା ଯାଇଥିବା କେନ୍ଦ୍ରରେ ଦିନକୁ ୨ ଥର ଦିନ ଏବଂ ରାତିରେ ଆହାର ଦିଆଯାଉଛି। ତେବେ କିଛିଦିନ ହେଲା ହୋଇଥିବା ଅନୁଧ୍ୟାନରୁ ଏହି କେନ୍ଦ୍ରକୁ ଦିନ ୧ଟା ସୁଦ୍ଧା ବନ୍ଦ କରିଦିଆଯାଉ ଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପଚାରିଲେ ୫୦୦ ଟୋକନ ସରିଗଲା ବୋଲି କୁହାଯାଉଛି। ତେବେ ଗୋଟିଏ ଘରେ ୫୦୦ ଲୋକେ ଏତେ ଶୀଘ୍ର ଖାଦ୍ୟ ସରିଯିବାକୁ ନେଇ ପ୍ରଶ୍ନ ଉଠିଛି। ବହୁ ରୋଗୀ ସମ୍ପର୍କୀୟ ଏବଂ ଗରିବ ଲୋକେ ଖାଇବା ସମୟକୁ ଆସିଲା ବେଳକୁ ସେମାନଙ୍କୁ ଫେରାଇ ଦିଆଯାଉଛି।
ଆହାର କେନ୍ଦ୍ର ପାଇଁ ସରକାର ଆହାର ସୋସାଇଟି ଗଠନ କରିଛନ୍ତି। ଦିନ ୧ଟାରେ ଖାଦ୍ୟ ପାଇଁ କେନ୍ଦ୍ରକୁ ଗଲେ ୫୦୦ ଲୋକ ଖାଇସାରିଛନ୍ତି ବୋଲି କୁହାଯାଉଛି। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେଉଥିବା ଏହି କେନ୍ଦ୍ରର ଏକ ଛୋଟିଆ ଘରେ ମାତ୍ର ୨ ଘଣ୍ଟା ମଧ୍ୟରେ ୫୦୦ ଲୋକ ଖାଦ୍ୟ ଗ୍ରହଣ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଥିରେ ଭାତ, ଡାଲମା ଯୋଗାଉଥିବା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ବିଭାଗୀୟ ଅଧିକାରୀଙ୍କ ହାତ ରହିଥିବା ଅଭିଯୋଗ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରକୁ କେହି ତଦାରଖ କରିବାକୁ ଆସୁନାହାନ୍ତି। ଆହାର ସୋସାଇଟି ଜଣଙ୍କ ଖାଦ୍ୟ ପିଛା ୧୫ଟଙ୍କା ହିସାବରେ ୫୦୦ ଜଣଙ୍କ ଖାଦ୍ୟ ପାଇଁ ୭୫୦୦ ଟଙ୍କା ପ୍ରଦାନ କରୁଛି। ଗ୍ରାହକ ୫ ଟଙ୍କା ଦେଉଛନ୍ତି। ପ୍ରତ୍ୟେକ ଦିନ ୧୦୦ରୁ ୧୫୦ ଜଣଙ୍କର ଖାଦ୍ୟ କମ୍‌ କରି ଆହାର ନେଇଥିବା ଏସ୍‌ଏଚ୍‌ଜି ୧୫୦୦ରୁ ୨୦୦୦ ଟଙ୍କା ମୁନାଫା ପାଉଛି। ଏପଟେ ଲୋକେ ଖାଦ୍ୟ ନ ପାଇ ନିରାଶ ହେଉଛନ୍ତି। ତେବେ ଏହି ଅଭିଯୋଗକୁ ଆହାର କେନ୍ଦ୍ରର ଦାୟିତ୍ୱ ନେଇଥିବା ମା’ ମଙ୍ଗଳା ଏସ୍‌ଏଚ୍‌ଜି ଗ୍ରୁପର ସମ୍ପାଦିକା ମମତା ବେହେରା ଅସ୍ବୀକାର କରିଛନ୍ତି। ପ୍ରତିଦିନ ୫ ଶହ ଖାଦ୍ୟ ପ୍ରସ୍ତୁତ ହୋଇଦିଆଯାଉଛି। ୧ଟାରୁ ୧.୩୦ ମଧ୍ୟରେ ଖାଦ୍ୟ ସରି ଯାଉଥିବା ସେ କହିଛନ୍ତି। ଏ ସମ୍ପର୍କରେ ଆହାର ସୋସାଇଟି ନୋଡାଲ ଅଧିକାରୀ ତଥା ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ସବୁ ବେଳେ ଯାଇ ତଦାରଖ କରିବା ସମ୍ଭବ ନୁହେଁ , ତଥାପି ତଦାରଖ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri