Posted inଖେଳ

ଆସେସ: ସମ୍ଭାବ୍ୟ ୩ ପ୍ରମୁଖ ଲଢ଼େଇ

ଲଣ୍ଡନ,୧।୮(ଏଏଫପି)- ଆସେସ ମୁକାବିଲା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଶ୍ୱଚାମ୍ପିୟନ ଇଂଲଣ୍ଡ ପୁଣି ଥରେ ଏହି ହାଇ ପ୍ରୋଫାଇଲ ସିରିଜରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ମଧ୍ୟ ପାଖାପାଖି ୨ ଦଶନ୍ଧି ପରେ ଇଂଲଣ୍ଡ ମାଟିରେ ଆସେସ ଜିତିବାକୁ ପ୍ରୟାସ କରିବ। ଦୁଇ ଦେଶ ମଧ୍ୟରେ ୩ଟି ପ୍ରମୁଖ ଲଢ଼େଇ ଦେଖିବାକୁ ମିଳିବ ଓ ଏହା ଉପରେ ସମସ୍ତଙ୍କ ନଜର ରହିଛି।
ଓ୍ବାର୍ନର ବନାମ ରୟ
ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଓ ଇଂଲଣ୍ଡ ଓପନର ଜାସନ ରୟ ବିଶ୍ୱକପ୍‌ ପ୍ରଦର୍ଶନ ବଜାୟ ରଖିବକୁ ଚେଷ୍ଟା କରିବେ। ବିଶ୍ୱକପ୍‌ରେ ଉଭୟ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ୩୨ ବର୍ଷୀୟ ଓ୍ବାର୍ନର ଟେଷ୍ଟରେ ଏପର୍ଯ୍ୟନ୍ତ ୨୧ଟି ଶତକ ହାସଲ କରିଛନ୍ତି ଓ ଏକାଧିକ ବାର ମ୍ୟାଚ୍‌ ଓ୍ବିନର ସାବ୍ୟସ୍ତ ହୋଇଛନ୍ତି।
ଅପରପକ୍ଷରେ ୨୯ ବର୍ଷୀୟ ରୟ ମାତ୍ର ଗୋଟିଏ ଟେଷ୍ଟ ଖେଳିଛନ୍ତି। ଗତ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ପଦାର୍ପଣ କରିଥିଲେ। ୮୪ଟି ଦିନିକିଆ ଖେଳିବା ପରେ ତାଙ୍କୁ ଟେଷ୍ଟ ଖେଳିବାର ସୁଯୋଗ ମିଳିଛି। ଟେଷ୍ଟ ଫର୍ମାଟ ଦିନିକିଆଠାରୁ ଭିନ୍ନ ହେଇଥିବାରୁ ଜୋସ ହାଜେଲଉଡ ରୟଙ୍କୁ ସତର୍କ କାରଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ।
ସ୍ମିଥ୍‌ ବନାମ ରୁଟ
ଗତ ଆସେସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ ଓ ଜେ ରୁଟ ଦୁଇ ଦଳର ନେତୃତ୍ୱ ନେଇଥିଲେ। ବଲ ଟାମ୍ପରିଂ ମାମଲାରେ ବାସନ୍ଦ ହେବା ପରେ ସ୍ମିଥ୍‌ ପ୍ରଥମ ଟେଷ୍ଟ ଖେଳିବାକୁ ଯାଉଛନ୍ତି। ବିଶ୍ୱକପ୍‌ ଅବସରରେ ଇଂଲଣ୍ଡ ପ୍ରଶଂସକ ତାଙ୍କୁ ଖରାପ୍‌ ବ୍ୟବହାର କରିଥିଲେ। ଫଳରେ ସ୍ମିଥ୍‌ କିଛି କରିଦେଖାଇବା ଲକ୍ଷ୍ୟରେ ରହିଛନ୍ତି। ଏପର୍ଯ୍ୟନ୍ତ ୬୪ଟି ଟେଷ୍ଟ ଖେଳି ୨୩ଟି ଶତକ ସହ ସ୍ମିଥ୍‌ ୬୧.୩୭ ହାରରେ ରନ ସଂଗ୍ରହ କରିଛନ୍ତି। ଗତ ଆସେସ୍‌ରେ ସେ ୩ଟି ଶତକ ହାସଲ କରିବା ସହ ୬୮୭ ରନ ସଂଗ୍ରହ କରିଥିଲେ।
ଅପରପକ୍ଷରେ ରୁଟ୍‌ଙ୍କ ଟେଷ୍ଟ ଆଭରେଜ ୫୦ ତଳକୁ ଖସିଥିଲେ ମଧ୍ୟ ଇଂଲଣ୍ଡର ସବୁଠାରୁ ଉପଯୋଗୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ସେ ୧୬ଟି ଶତକ ହାସଲ କରିଛନ୍ତି। ୩ ନମ୍ବରରେ ଅନ୍ୟବ୍ୟାଟ୍ସମ୍ୟାନ ବିଫଳ ହେବା ପରେ ସେ ଏଥର ଏହି ସ୍ଥାନରେ ବ୍ୟାଟିଂ କରିବେ। ୨୦୧୬ରେ ପାକିସ୍ତାନ ବିପକ୍ଷରେ ସେ କ୍ୟାରିୟର ଶ୍ରେଷ୍ଠ ୨୫୪ ରନ ସଂଗ୍ରହ କରିଥିଲେ।
ଇଂଲଣ୍ଡ ଦ୍ରୁତ ବୋଲିଂ ବନାମ ଅଷ୍ଟ୍ରେଲିଆ ପେସ୍‌
ବିଶ୍ୱକପ୍‌ ହିରୋ ତଥା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦଳରେ ସ୍ଥାନ ପାଇନାହାନ୍ତି। ଫଳରେ ଅଭିଜ୍ଞ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡଙ୍କ ଇଂଲଣ୍ଡ ଦ୍ରୁତ ବୋଲିଂର ଭାର ବହନ କରିବେ। ଆଣ୍ଡରସନ ଓ ବ୍ରଡ ମିଳିତ ଭାବେ ଟେଷ୍ଟରେ ୧,୦୦୦ରୁ ଊର୍ଦ୍ଧ୍ୱ ଉଇକେଟ ହାସଲ କରିଛନ୍ତି। ଇଂଲଣ୍ଡ ଜଳବାୟୁରେ ଏହି ଦୁଇ ବୋଲର ଘାତକ ସାବ୍ୟସ୍ତ ହେବେ।
ଅପରପକ୍ଷରେ ଅଷ୍ଟ୍ରେଲିଆ ପାଖରେ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ରହିଛନ୍ତି।
ଇଂଲଣ୍ଡ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟାଇାବରେ ଏମାନେ ସକ୍ଷମ। ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଜେମ୍ସ ପାଟିନସନ ଓ ଜୋଶ ହାଜେଲଉଡ ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହେବେ ବୋଲି ଇଂଲଣ୍ଡ ପୂର୍ବତନ ଦ୍ରୁତ ବୋଲର ଷ୍ଟିଭ ହାର୍ମିଶନ କହିଛନ୍ତି। ତେବେ ଯଦି ଅଷ୍ଟ୍ରେଲୀୟ ବୋଲରମାନେ ଲୟ ହରାନ୍ତି ତାହାଲେ ଓଭର ପିଛା ୬ ରନ ବ୍ୟୟ କରିବେ। କିନ୍ତୁ ବ୍ରଡ ଓ ଆଣ୍ଡରସନ ଆଦୌ ମହଙ୍ଗା ସାବ୍ୟସ୍ତ ହେବେ ନାହିଁ। ଦୁଇ ଦଳର ବୋଲରଙ୍କ ମଧ୍ୟ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ବୋଲି ହାର୍ମିଶନ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri