ଆସୁଛି ଦୀପାବଳି: ରାସ୍ତା କଡ଼ରେ ଦୀପର ପସରା

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଦୀପର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ପର୍ବ ପାଖେଇ ଆସୁଥିବାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ମାଟି ଦୀପର ପସରା ରାସ୍ତା କଡ଼ରେ ଦେଖିବାକୁ ମିଳିଛି। ମାଟି ଦୀପ ବିକି କୁମ୍ଭାରମାନେ ମଧ୍ୟ ଦୁଇ ପଇସା ରୋଜଗାର କରିଥାନ୍ତି। ଭବାନୀପାଟଣା ବ୍ଲକ ଓଡ଼ିଆପେଣ୍ଠ ପଞ୍ଚାୟତର କୁମ୍ଭାରଗୁଡ଼ା ଓ ନୂଆଗାଁର କୁମ୍ଭାର ପରିବାର ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି।