ଆସିଲା ସ୍ବାବ୍‌ ରିପୋର୍ଟ: କଣ୍ଟାପଡ଼ାର ୧୩୩ ପ୍ରବାସୀଙ୍କ ରିପୋର୍ଟ ନେଗେଟିଭ

କଣ୍ଟାପଡ଼ା,୨୨।୫ (ଡି.ଏନ୍‌.ଏ.): କରୋନା ମହାମାରୀରେ ସାରାବିଶ୍ୱ ବର୍ତ୍ତମାନ ଲଢ଼େଇ କରୁଛି। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗତ ୧୮ତରିଖ ସୁଦ୍ଧା କଟକ ଜିଲା କଣ୍ଟାପଡ଼ା ବ୍ଲକରେ ରହୁଥିବା କୌଣସି ପ୍ରବାସୀ କରୋନା ଆକ୍ରାନ୍ତ ନ ଥିବା ଜଣାପଡିଛି।
କଣ୍ଟାପଡ଼ା ବ୍ଲକର ବିଭିନ୍ନ ସଂଗରୋଧ ଗୃହରେ ଥିବା ପ୍ରବାସୀଙ୍କଠାରୁ ୩ଟି ପର୍ଯ୍ୟାୟରେ ସ୍ବାବ ପରୀକ୍ଷା ପାଇଁ ଯାଇଥିଲା। ପ୍ରଥମ ପର୍ଯ୍ୟାରେ ୧୯, ଦ୍ୱିତୀୟ ପର୍ଯ୍ୟାୟରେ ୩୪ ଜଣଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ସେହିପରି ଗତ ୧୮ ତାରିଖରେ ଯାଇଥିବା ୧୩୯ ଜଣଙ୍କ ସ୍ବାବ ମଧ୍ୟରୁ ୧୩୩ ଜଣଙ୍କର ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଅନ୍ୟ ୬ଜଣଙ୍କର ପରୀକ୍ଷା ରିପୋର୍ଟ ଜଣାପଡ଼ି ନ ଥିବା ବ୍ଲକ କୋଭିଡ ନୋଡାଲ ଅଧିକାରୀ ନିବାସ ରାଉତ ସୂଚନା ଦେଇଛନ୍ତି। ଅପରପକ୍ଷେ ଗତ୧୪ଦିନଧରି ସଂଗରୋଧ ଗୃହରେ ରହିଥିବା ବ୍ୟକ୍ତିଙ୍କୁ ନିଜଘରକୁ ପଠାଇବା ପାଇଁ ପ୍ରଶାସନ ବ୍ୟବସ୍ଥା ଆରମ୍ଭ କରିଛି। ଏଥିସହିତ ସେମାନକୁ ୭ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।