ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ସୁଶାନ୍ତ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରେ ସେ କୌଣସି ପ୍ରକାର ବିଷ ପାନ କିମ୍ବା ଅନ୍ୟ କୌଣସି କାରଣ ନାହିଁ। ଏହା ଏକ ଆତ୍ମହତ୍ୟା ବୋଲି ସୂଚନା ଦିଆଯାଇଛି। ଏହାସତ୍ତ୍ୱେ ସୁଶାନ୍ତଙ୍କ କିଛି ଅଙ୍ଗଗୁଡ଼ିକୁ ସୁରକ୍ଷିତ ରଖାଯାଇଛି, ଯାହାକୁ ଫୋରେନସିକ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲକୁ ପଠାଯିବ। ସୂଚନାଯୋଗ୍ୟ, ରବିବାର ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ଶେଷଥର ପାଇଁ ୨୦୧୯ରେ ତାଙ୍କୁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ମୁକେଶ ଛାବ୍ରାଙ୍କ ‘ଦିଲ ବେଚାରା’ ଫିଲ୍ମ ରିଲିଜ୍‌ ଆପେକ୍ଷାରେ ଥିଲା।

Share