ଆସିଲା ମୋଦିଙ୍କର ଆଉ ଏକ ଯୋଗ ଭିଡିଓ

ନୂଆଦିଲ୍ଲୀ,୧୭।୬: ଅନ୍ତର୍ଜାତୀୟ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସୋମବାର ପ୍ରଧାନମନ୍ତ୍ରୀଙ୍କ ଟୁଇଟରରେ ଏହି ଭିଡିଓକୁ ଅପଲୋଡ କରାଯାଇଛି। ଏଥିରେ ମୋଦି ‘ଶଲଭାସନ’ ବା ‘ଦ ଲୋକୋଷ୍ଟ ପୋଶ୍ଚର’ କରୁଥିବା ଦେଖିବାକୁ ମିଳିଛି। ଏହି ଥ୍ରିଡି ଭିଡିଓରେ ମୋଦି ଏକ ବ୍ଲୁ କଲର ଟିଶାର୍ଟ ସହ ବ୍ଲାକ କଲର ଟ୍ରାକ୍‌ ଶୁଟ୍‌ ପିନ୍ଧିଛନ୍ତି।

Share