ଆସିଲା ନଓ୍ବାଜୁଦ୍ଦିନଙ୍କ କରୋନା ଟେଷ୍ଟ ରିପୋର୍ଟ

ଲକ୍ଷ୍ନୌ,୧୮।୫: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ନିକଟରେ ୧୪ ଦିନଆ ହୋମ କ୍ୱାରାଣ୍ଟାଇନରେ ଥିବା ଏହି ଅଭିନେତାଙ୍କ କରୋନା ଟେଷ୍ଟ ରିପୋର୍ଟ ୪ ଦିନ ଭିତରେ ଆସି ଯାଇଛି ଓ ଏହା ନେଗେଟିଭ ରହିଛି। ଏହାସହ ତାଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ ଆସିବା ପରେ ସମସ୍ତେ ଆଶ୍ୱସ୍ତ ଅନୁଭବ କରିଛନ୍ତି। ସୂଚନାଯୋଗ୍ୟ, ମେ’୧୫ତାରିଖରେ ଅନୁମତି ନେଇ ଏମାନେ ମୁମ୍ବାଇରୁ ମୁଜାଫରନଗର ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ନିଜଆଡୁ ଏମାନେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଥିବା ବୁଧନାରେ ନିଜ ଘରେ କ୍ୱାରାଣ୍ଟାଇନରେ ଥିଲେ ଓ କରୋନା ଟେଷ୍ଟ କରାଇଥିଲେ। ତେବେ ଲକ୍‌ଡାଉନ ପାଇଁ ଏବେ ଶୁଟିଂ ବନ୍ଦ ଥିବାରୁ ସିଦ୍ଦିକି ନିଜ ଘରକୁ ଚାଲିଯାଇଥିବା ବେଳେ ପୁଣିଥରେ ଶୁଟିଂ ଆରମ୍ଭ ହେଲେ ସେ ପରିବାର ସହ ମୁମ୍ବାଇ ଫେରିବେ ବୋଲି କୁହାଯାଉଛି।

Share