ଆସିଲାନି ଆମ୍ବୁଲାନ୍ସ; ସାଇକେଲ୍‌ରେ ବୁହାହେଲେ ରୋଗୀ

ଯୋଡ଼ା, ୨୩।୯ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଯୋଡା ଯୋଡା ବ୍ଲକ ଲହଣ୍ଡା ଅଞ୍ଚଳର ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ରବିବାର ଅପରାହ୍ନ ୨ଟା ବେଳେ ସାଇକେଲ୍‌ରେ ବୋହି ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳିଛି ା ଖବର ନେବାରୁ ଜଣାପଡିଛି ଯେ, ଲହଣ୍ଡା ଅଞ୍ଚଳର ଶୁକୁରା ମୁଣ୍ଡାଙ୍କ ପତ୍ନୀ ଶୁକୁମାରୀ ମୁଣ୍ଡାଙ୍କ ଦେହ ଅତ୍ୟନ୍ତ ଖରାପ ହୋଇଥିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ା ମାତ୍ର ୧୦୮ ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ଶୁକୁମାରୀଙ୍କୁ ସାଇକେଲ ଯୋଗେ ଯୋଡାସ୍ଥିତ କେନ୍ଦ୍ରୀୟ ଚିକିତ୍ସଳୟକୁ ନେଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ନର୍ସ ରବିବାର ଛୁଟି ଦିନ ଥିବା କହି ଡାକ୍ତରଖାନାରେ ଭର୍ତ୍ତି କରାଯିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିବା ଶୁକୁରା ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଅନ୍ୟ କୌଣସି ଉପାୟ ନପାଇ ଗୁରୁତର ଥିବା ତାଙ୍କ ପନତ୍ୀ ଶୁକୁମାରୀଙ୍କୁ ଘରକୁ ନେଇ ଯାଉଥିବା ବେଳେ ଯୋଡାରେ ଜଣେ ସହୃଦୟ ବ୍ୟକ୍ତି ସମୀର ଦାସ ସେଠାରେ ପହଞ୍ଚି ଏହି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାର ମୁଖ୍ୟ ଡାକ୍ତର ସୁକାନ୍ତ ଚନ୍ଦ୍ର ଦାସଙ୍କ ବାସଭବନକୁ ଯାଇ ରୋଗୀଙ୍କୁ ଆଡମିସନ୍‌ କରାଯିବା ନେଇ କଥାବାର୍ତ୍ତା କରିଥିଲେ ା ତେବେ ପରେ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଛୁଟିଦିନ କହି ଭର୍ତ୍ତି କରିବାକୁ ମନା କରିଦେଇଥିବା ନର୍ସମାନେ ପୂର୍ବାହ୍ନରେ ଆସିଥିବା ଜଣେ ଶିଶୁ ରୋଗୀଙ୍କଠାରୁ ୫ଶହ ଟଙ୍କା ଉତ୍କୋଚ ନେଇ ଡାକ୍ତରଖାନାରେ ଆଡମିଶନ କରାଯାଇଥିବା ଡାକ୍ତରଖାନାରେ ରୋଗୀଙ୍କୁ ଜଗି ରହୁଥିବା ଲୋକେ କହିଛନ୍ତି।