ଆସିମଙ୍କୁ ମନେ ପକାଇ ହିମାଂଶୀଙ୍କ ଭାବବିହ୍ବଳ ପୋଷ୍ଟ

ବମ୍ବେ: ବିଗ୍‌ବସ୍‌ର ନୂଆ ଲର୍ଭବର୍ଡ ଆସିମ-ହିମାଂଶୀକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଗୋଟିଏ ପଟେ ଆସିମଙ୍କ ପରିବାର ହିମାଂଶୀକୁ ପସନ୍ଦ କରୁନାହାନ୍ତି ତ ଅନ୍ୟପକ୍ଷେ ପ୍ରଶଂସକମାନେ ମଧ୍ୟ ତାଙ୍କ ଉପରେ ଏକରକମ ଖପ୍ପା। ହେଲେ ଏସବୁ ଭିତରେ ଆସିମଙ୍କୁ ମନେ ପକାଉଛନ୍ତି ହିମାଂଶୀ। ନିଜ ସୋସିଆଲ ପୃଷ୍ଠାରେ ଏକ ଫଟୋ ଶେୟାର କରି ହିମାଂଶୀ କହିଛନ୍ତି, ବିଗ୍‌ ବସ୍‌ ଘରୁ ବାହାରିବା ଉଚିତ ନୁହେଁ। କାରଣ ବାହାର ଦୁନିଆରେ ବେଶି ନେଗେଟିଭିଟି ଭରି ରହିଛି। ହେଲେ ଘର ଭିତରେ ଏସବୁର କିଛି ଫରକ ପଡ଼ି ନ ଥାଏ।
Now i wish ki Bigg Boss se bahar nahi ana chaiye so much of negativity outside waha kisi fikr nahi pic.twitter.com/iTFwsuq9OB

ପ୍ରଥମେ ଶେହନାଜଙ୍କ ସହ ବିବାଦକୁ ନେଇ ଚର୍ଚ୍ଚା ଓ ପରେ ବିଗ୍‌ବସରୁ ହିମାଂଶୀକୁ ଆମନ୍ତ୍ରଣ ମିଳିଥିଲା। ସେତେବେଳେ ତାଙ୍କ ନିର୍ବନ୍ଧ ସରିଥିଲା। ହେଲେ ବିଗ୍‌ବସ ଘରେ ଆସିମଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଥିଲା। ପରେ ଶୋ’ରୁ ବାହାର ହେବା ପରେ ହିମାଂଶୀଙ୍କ ନିର୍ବନ୍ଧ ଭାଙ୍ଗି ଯାଇଛି। ଏପରିକି ନିକଟରେ ପୁଣିଥରେ ଆସିମଙ୍କୁ ସମର୍ଥନ କରିବାକୁ ହିମାଂଶୀ ବିଗ୍‌ବସ୍‌କୁ ଯାଇଥିଲେ। ସେଠାରେ ଉଭୟଙ୍କର କିଛି ଖଟାମିଠା ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ସେଠାରେ ଉଭୟ ଉଭୟଙ୍କୁ ପ୍ରେମ କରୁଥିବା ସ୍ବିକାର କରିଛନ୍ତି।

Share