ଆସିପାରେ ‘ତନୁ ଓ୍ବେଡସ୍‌ ମନୁ’ର ତୃତୀୟ ଭାଗ

ମୁମ୍ବାଇ: ବଲିଉଡ୍‌ ମୁଭି ‘ତନୁ ଓ୍ବେଡସ୍‌ ମନୁ’ର ଜବରଦସ୍ତ ରେସ୍‌ପନ୍ସ ପରେ ଏହାର ଦ୍ୱିତୀୟ ଭାଗ ଦେଖିବାକୁ ମିଳିଥିଲା। ଏବେ ଏହି ହିଟ୍‌ ଫିଲ୍ମର ତୃତୀୟ ଭାଗ ଆସନ୍ତା ବର୍ଷ ପରଦାକୁ ଆସିପାରେ ବୋଲି ଆଲୋଚନା ହେଉଛି। ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟ ଏବେ ପ୍ରାୟ ୪ଟି ଫିଲ୍ମ ପାଇଁ ବ୍ୟସ୍ତ ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ‘ତନୁ ଓ୍ବେଡସ୍‌ ମନୁ’ର ତୃତୀୟ ଭାଗ ବୋଲି ଶୁଣିବାକୁ ମିଳିଛି। ଏଥିରେ କଙ୍ଗନା ରାନାଓ୍ବତଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ତେବେ କଙ୍ଗନାଙ୍କ ସହ ଜିମି ଶେରଗିଲ ଓ ମାଧବନ ମଧ୍ୟ ନଜର ଆସିପାରନ୍ତି।

Share