ଆସିଗଲେ ଶୃଙ୍ଖଳିତ ସଦସ୍ୟ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭା ଗୃହ କାର୍ଯ୍ୟ ସୋମବାର ୩ଟାରେ ଆରମ୍ଭ ହେବା କ୍ଷଣି କଂଗ୍ରେସ ସଦସ୍ୟମାନେ ଜଗତ୍‌ସିଂହପୁର ବଳାତ୍କାର ଘଟଣାରେ ରୁଲିଂ ଦାବି କରି ଗୃହ ମଝିକୁ ଚାଲି ଆସିଥିଲେ। ବାଚସ୍ପତି କଂଗ୍ରେସର ୪ଜଣ ସଦସ୍ୟଙ୍କୁ ନିଜ ଆସନକୁ ଫେରିଯିବା ଲାଗି କହିବା ସମୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ପ୍ରବେଶ କରିଥିଲେ। ଏହାପରେ ସିଧା ଅନ୍ୟ ସଦସ୍ୟମାନଙ୍କ ନିକଟକୁ ଚିଲେଇ ଚିଲେଇ ଚାଲି ଆସିଲେ। ଏତିକିବେଳେ ବାଚସ୍ପତି ତାରାଙ୍କୁ ଦେଖି ମଜାରେ ଛିଗୁଲେଇ କହିଲେ, ଆସିଗଲେ ଗୃହର ସବୁଠାରୁ ଶୃଙ୍ଖଳିତ ସଦସ୍ୟ। ଏହାପରେ ତାରା ଚେୟାର ଉପରେ ଚଢି ବାଚସ୍ପତିଙ୍କ ମାଇକ୍‌ ଭିଡିବାକୁ ଚେଷ୍ଟା କରିଥିଲେ ଆଉ ବାଚସ୍ପତି କହିଥିଲେ, ଦେଖନ୍ତୁ ଏମିତି ଚଢନ୍ତୁ ନାହିଁ, ପଡିଗଲେ ଗୋଡ ଭାଙ୍ଗିଯିବ ପୁଣି ତୁମ ସ୍ତ୍ରୀ ମୋତେ ଗାଳି କରିବେ।