Categories: ଜାତୀୟ

ଆସାମ ଏନ୍‌ଆର୍‌ସି ତାଲିକା: ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀ ବିଦେଶୀ ଘୋଷିତ

ଗୁଆହାଟୀ,୨୪।୮: ଆସାମ ଏନ୍‌ଆର୍‌ସି ତାଲିକାରେ ଜଣେ ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏନେଇ ଜୋର୍‌ହାଟ ଟ୍ରିବ୍ୟୁନାଲ୍‌ ପକ୍ଷରୁ ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୧୪୪ ବାଟାଲିୟନ୍‌ ବିଏସ୍‌ଏଫ୍‌ ସହାକାରୀ ସବ୍‌ ଇନସ୍ପେକ୍ଟର ମୁଜିବୁର୍‌ ରହେମାନ୍‌ ଏବଂ ତାଙ୍କ ସ୍ତ୍ରୀଙ୍କୁ ବିଦେଶୀ ଭାବେ ଦର୍ଶାଯାଇଛି। ସେମାନେ ବାଂଲାଦେଶରୁ ଆସିଥିବା କୁହାଯାଉଛି। ମୁଜିବୁର୍‌ ଏବେ ପଞ୍ଜାବରେ ମୁତୟନ ଅଛନ୍ତି। ମୁଜିବୁର୍‌ ଏନେଇ ଗୁଆହାଟୀ ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତୀୟ ସେନାରୁ ଅବସର ଗ୍ରହଣ କରିଥିବା ମହମ୍ମଦ ସନାଓ୍ବଲା ଏନ୍‌ଆର୍‌ସି ମାମଲାରେ ବିଦେଶୀ ଘୋଷିତ ହେବା ପରେ ତାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଜୁନ୍‌ରେ ଜାମିନ୍‌ ମିଳିଥିଲା।

Share