Categories: ଜାତୀୟ

ଆସାମରେ ବନ୍ୟା ତାଣ୍ଡବ: ୧୭ ମୃତ, ୨୫୦ କୋଟି ଟଙ୍କା ସହାୟତା ଯୋଗାଇଦେଲେ କେନ୍ଦ୍ର ସରକାର

ଗୁଆହାଟି, ୧୭।୭: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲାରୁ ୨୧ଟି ଜିଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ବନ୍ୟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ତେବେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ରାଜ୍ୟର ୮ ଜିଲ୍ଲାରେ ୬୨,୦୦୦ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ବନ୍ୟା ଯୋଗୁଁ ରାଜ୍ୟରେ ୧୦.୯୯ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବା ସହ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା।

Share