ଆସନ୍ତା ୨୨ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: କାଉଣ୍ଟରରେ ଚାଲିଛି ଟିକେଟ ବିକ୍ରି, ରାତିରୁ ଲାଗିଛି ଲମ୍ବା ଲାଇନ

କଟକ ଅଫିସ,୧୯।୧୨: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଏକଦିବସୀୟ ତଥା ନିର୍ଣ୍ଣାୟକ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ସକାଳୁ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ମୋଟ ୧୨ଟି କାଉଣ୍ଟରରେ ୧୦ହଜାର ୩୯ଟି ଟିକେଟ୍‌ ବିକ୍ରି କରାଯାଉଥିବା ବେଳେ ବୁଧବାର ରାତିରୁ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଏକ ତାରକା ହୋଟେଲକୁ ନିଆଯିବ। ପରେ ଉଭୟ ଦଳ ପର୍ଯ୍ୟାୟକ୍ରମେ ଶୁକ୍ରବାର ଓ ଶନିବାର ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ଯିବେ।

ପ୍ରକାଶଯୋଗ୍ୟ, ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ ଚେନ୍ନାଇଠାରେ ଖେଳାଯାଇଥିଲା। ଏଥିରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟରେ ବିଜୟୀ ହୋଇଥିଲା। ସେହିଭଳି ବିଶାଖାପାଟଣାରେ ଆୟୋଜିତ ଦ୍ୱିତୀୟ ଦିନିକିଆରେ ଭାରତ ୧୦୭ ରନରେ ବିଜୟ ହାସଲ କରିଛି। ଏଣୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ିଯାଇଛି। ମ୍ୟାଚ ଜିତିଥିବା ଦଳ ସିରିଜ ହାତେଇବାରେ ସଫଳ ହେବ। ଏଣୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର ବାରବାଟୀ ମ୍ୟାଚ ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri