Categories: ଜାତୀୟ

ଆସନ୍ତା ବିଧାନସଭା ନିର୍ବାଚନ ଏକାକି ଲଢିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୧୦।୯: ଆସନ୍ତା ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ଏସ୍‌ପି) ଏକାକି ଲଢିବ ବୋଲି କହିଛନ୍ତି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ। ସେ କହିଛନ୍ତି, ବଡ ବଡ ଦଳ ସହ ମେଣ୍ଟ କରି ଏହାର ଫଳାଫଳ ଭଲଭାବେ ଉପଲବ୍ଧ କରି ସାରିଛି ଦଳ। ତେଣୁ ଏଥର ଆଉ କୌଣସି ବଡ ଦଳ ସହ ମେଣ୍ଟ କରିବାକୁ ସେ ରାଜି ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ଛୋଟ ଦଳ ଗୁଡିକ ସହ ରିହିବେ କି ନା ସେ ବିଷୟରେ ଅଖିଳେଶ କିଛି କହି ନାହାଁନ୍ତି। ବହୁଜନ ସମାଜ ପାର୍ଟି(ବିଏସ୍‌ପି)ଠାରୁ ମେଣ୍ଟ ଭାଙ୍ଗିଯିବା ପରେ ଅଖିଳେଶ ଏମିତି ନିଷ୍ପତ୍ତି ନେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Share