ଆସନ୍ତା ବର୍ଷ ବଲିଉଡ୍‌ରେ ପାଦ ରଖିପାରନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ପ୍ରତିବର୍ଷ ବଲିଉଡ୍‌ରେ ନୂଆ ନୂଆ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକଙ୍କୁ ସଫଳତା ମିଳିଥିବା ବେଳେ କେତେ ଜଣଙ୍କୁ ବିଫଳତାର ମୁହଁ ଦେଖିବାକୁ ପଡ଼ିଥାଏ। ୨୦୧୯ରେ ମଧ୍ୟ କେତେକ ସେଲିବ୍ରିଟିଙ୍କ ଷ୍ଟାର କିଡ୍ସ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ତେବେ ୨୦୨୦ରେ ମଧ୍ୟ କିଛି ଷ୍ଟାର କିଡ୍ସ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି।
ଆର୍ଯ୍ୟନ ଖାଁ: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ବଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି କିଛି ଦିନରୁ ଚର୍ଚ୍ଚା ଲାଗି ରହିଛି। ତେବେ ଆସନ୍ତା ବର୍ଷ ସେ ବଲିଉଡ୍‌ରେ ଡେବ୍ୟୁ କରିପାରନ୍ତି। ଅଭିନୟରେ ତାଙ୍କର କୌଣସି ରୁଚି ନ ଥିବା ବେଳେ ସେ ସହ ନିର୍ଦ୍ଦେଶକ ଭାବେ ବଲିଉଡ୍‌ ସହ ଯୋଡି ହୋଇପାରନ୍ତି ବୋଲି କୁହାଯାଉଛି।
ଖୁସି କପୁର: ସେହିପରି ପ୍ରଯୋଜକ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଏହି ଲାଇନ୍‌ରେ ଥିବା ଜଣାପଡ଼ିଛି। ବଡ଼ ଭଉଣୀ ଜାହ୍ନବୀଙ୍କୁ ଅନୁସରଣ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିପାରନ୍ତି।
ଇରା ଖାଁ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାଁଙ୍କ ଝିଅ ଇରା ଖାଁ ୨୦୧୯ରେ ପପୁଲାର ଷ୍ଟାର କିଡ୍ସ ଭାବେ ପରିଚୟ ସୃଷ୍ଟି କରିଥିଲେ। ତେବେ ଆସନ୍ତା ବର୍ଷ ଇରା ମଧ୍ୟ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି କୁହାଯାଉଛି।
ସନାୟା କପୁର: ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ନିକଟରେ ଏକ ଇଣ୍ଟରନ୍ୟାଶନାଲ ଫ୍ୟାଶନ ଇଭେଣ୍ଟରେ ଡେବ୍ୟୁ କରିଥିଲେ। ୨୦୨୦ରେ ସେ ବଲିଉଡ୍‌ ଜଗତରେ ପାଦ ରଖିପାରନ୍ତି ବୋଲି ଆଲୋଚନା ହେଉଛି। ସେହିପରି ଅର୍ଜୁନ ରାମପାଲଙ୍କ ଝିଅ ମାହିକା, ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ, ବବି ଦେଓଲଙ୍କ ପୁଅ ଆର୍ଯ୍ୟମନ ମଧ୍ୟ ଡେବ୍ୟୁ କରିବେ ବୋଲି ବି ଟାଉନରେ ଚର୍ଚ୍ଚା ହେଉଛି।

Share