ଆସନ୍ତା ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଉଡିବ ବିମାନ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ ହେବ। ଏୟାର ଇଣ୍ଡିଆ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଛାଡ଼ିବାକୁ ଥିବା ବେଳେ ସୁରଟରୁ ଶୁକ୍ରବାର ଓ ରବିବାର ବିମାନ ଛାଡ଼ିବ। ତେବେ ବାଙ୍ଗାଲୋର-ଭୁବନେଶ୍ୱର-ସୁରଟ ମଧ୍ୟରେ ଏହି ବିମାନ ଚଳାଚଳ କରିବ। ଏହି ନିଷ୍ପତ୍ତିକୁ ନେଇ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏକ ଟୁଇଟ୍‌ କରି ଏୟାର ଇଣ୍ଡିଆ ସିଏମ୍‌ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଭୁବନେଶ୍ୱର ଏବଂ ସୁରଟରେ ରହୁଥିବା ଓଡ଼ିଆଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି।