Categories: ଜାତୀୟ

ଆସନ୍ତାକାଲି ବାରଣାସୀ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୬ରେ ନିଜ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଚଳିତ ବର୍ଷ ମୋଦିଙ୍କର ଏହା ପ୍ରଥମ କାଶୀ ଗସ୍ତ। ରବିବାର କାଶୀରେ ମୋଦି ଦେଢ଼ ହଜାର କୋଟିର ଟଙ୍କାର ୪୮ଯୋଜନାର ଶିଳାନ୍ୟାସ ଓ  ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କ ୬୩ ଫୁଟ୍‌ ଉଚ୍ଚ ବ୍ରୋଞ୍ଜର ପ୍ରତିମାକୁ ମଧ୍ୟ ମୋଦି ଉଦ୍‌ଘାଟନ କରିବେ। ଏହାପରେ ଆୟୋଜିତ ହୋଇଥିବା ଜନସଭାକୁ ସେ ସମ୍ବୋଧିତ କରିବେ। କାଶୀରେ ମୋଦି ପ୍ରାୟ ୭ଘଣ୍ଟା ଧରି ସମୟ ଅତିବାହିତ କରିବେ ବୋଲି ଜଣାପଡ଼ିଛି।

Share