Categories: ଜାତୀୟ

ଆଶ୍ରମରୁ ୬ ଲକ୍ଷ ଟଙ୍କାର ଗହଣା ଚୋରି: ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଲେ ସାଧୁ ବାବା

ଜୟପୁର,୨୨।୧୦: ରାଜସ୍ଥାନ ସରଦାରସହର ଅଞ୍ଚଳରେ ଜଣେ ସାଧୁ ବାବା ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଥିବା ଘଟଣା ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଚୁରୁଠାରେ ଥିବା ସାଧୁ ବାବା ରାମନାଥଙ୍କ ଆଶ୍ରମରୁ ଗତ ଜୁଲାଇ ମାସରେ ୬ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିଲା। ଏନେଇ ସାଧୁ ବାବା ପୋଲିସ ଥାନାରେ ଏକ ମାମଲା ଦାଏର କରିଥିଲେ। ତେବେ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ଏପର୍ଯ୍ୟନ୍ତ ଚୋର ଧରା ନ ପଡ଼ିବାରୁ ୪୫ ବର୍ଷ ବୟସ୍କ ସାଧୁ ବାବା କ୍ଷୋଭ ପ୍ରକାଶ କରି ଏଭଳି କରିଥିଲେ। ଟାଓ୍ବାର ତଳେ ଗାଁ ଲୋକେ ଜମା ହୋଇ ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। ତେବେ ସାଧୁ ବାବା କୌଣସି କଥା ଶୁଣି ନ ଥିଲେ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟାଏ କାଳ ବୁଝାସୁଝା କରିବା ସହିତ ଚୋରକୁ ଧରିବା ପାଇଁ ପ୍ରତିଶ୍ରୁତି ଦେବାପରେ ସାଧୁ ବାବା ଟାଓ୍ବାରରୁ ଓହ୍ଲାଇଥିଲେ।

Share