Posted inଖେଳ

ଆଶେସ ଦେଖିବା ଲାଗି ୧୨ ବର୍ଷୀୟ ବାଳକଙ୍କ ଅଭିନବ ପ୍ରୟାସ

ମାଞ୍ଚେଷ୍ଟର ୭ା୯ (ପି.ଟି.)-ଇଂଲଣ୍ଡରେ ଆଶେସ ଦେଖିବା ଲାଗି ଅଷ୍ଟ୍ରେଲିଆର ଜଣେ ୧୨ ବର୍ଷୀୟ ବାଳକ ଯାହା କରିଛନ୍ତି, ସେଭଳି ଦୃଷ୍ଟାନ୍ତ କହିବାକୁ ଗଲେ ଦେଖାଯାଏନି। ନିଜର ଅଭିଳାଷ ପୂରଣ କରିବା ଲାଗି ମାକ୍ସ ଓ୍ବେଟ୍‌ ନାମକ ଏହି ବାଳକଙ୍କୁ ୪ବର୍ଷ ଧରି ପଡୋଶୀଙ୍କ ଆବର୍ଜନା ବୁହାଇବାକୁ ପଡ଼ିଥିଲା। ମାକ୍ସ ୨୦୧୫ରେ ଘରୋଇ ମାଟିରେ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟ ଦେଖିବା ପରେ ଏହାର ୪ ବର୍ଷ ପରେ ଇଂଲଣ୍ଡରେ ଆଇକନିକ ଆଶେସ ସିରିଜ ଦେଖିବାକୁ ମନ ବଳାଇଥିଲେ। ବାପା ଡେମିନ୍‌ ଓ୍ବେଟ୍‌ ବାଳକଟିକୁ କହିଥିଲେ, ଯଦି ସେ ୧,୫୦୦ ଅଷ୍ଟ୍ରେଲୀୟ ଡଲାର ଉପାର୍ଜନ କରିପାରିବ ତା’ହେଲେ ନିଜେ ୟୁନାଇଟେଡ କିଙ୍ଗଡମ୍‌(ୟୁକେ) ନେବାର ବ୍ୟବସ୍ଥା କରିଦେବେ। ମାକ୍ସ ଏବଂ ତାଙ୍କ ମା’ଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। କିଛି ପାରିଶ୍ରମିକ ବଦଳରେ ପ୍ରତି ରବିବାର ପଡୋଶୀଙ୍କ ଆବର୍ଜନା ବୁହାଇ ଅର୍ଥ ସଞ୍ଚୟ କରିବା ଲାଗି ସ୍ଥିର କରିଥିଲେ। ଘର ପିଛା ୧ ଅଷ୍ଟ୍ରେଲୀୟ ଡଲାର ନେବାକୁ ସ୍ଥିର କଲେ। ଶେଷରେ ମାକ୍ସ ଆବଶ୍ୟକ ଅର୍ଥ ସଂଗ୍ରହ କରିବାରେ ସମର୍ଥ ହେଲା। ବାପା ଡେମିନ୍‌ଙ୍କୁ ଏ ବିଷୟରେ ଜଣାଇଲା। ଡେମିନ୍‌ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟ ଲାଗି ପରିବାରର ସମସ୍ତ ସଦସ୍ୟଙ୍କ ଲାଗି ଟିକେଟ କ୍ରୟ କରିବା ସହ ଇଂଲଣ୍ଡ ଗସ୍ତର ବ୍ୟବସ୍ଥା କରିଥିଲେ। ମ୍ୟାଚ ଦେଖିବା ବ୍ୟତୀତ ମାକ୍ସ ସେଠାରେ କେତେଜଣ କ୍ରିକେଟ ବ୍ୟକ୍ତିତ୍ୱଙ୍କୁ ଭେଟିପାରିଛି। ଷ୍ଟିଭ ଓ୍ବ, ଜଷ୍ଟିନ ଲାଙ୍ଗର ଏବଂ ନାଥାନ ଲିଅନଙ୍କ ନିକଟରେ ବସିବାର ସୁଯୋଗ ପାଇଛି। ସେମାନଙ୍କ ସହିତ କଥା ମଧ୍ୟ ହୋଇପାରିଥିବା ମାକ୍ସ କହିଛି। ଷ୍ଟିଭ ସ୍ମିଥ୍‌ ଓ ପ୍ୟାଟ୍‌ କୁମିନ୍ସ ହେଉଛି ମୋର ଦୁଇ ଜଣ ଫେଭରାଇଟ୍‌ ଖେଳାଳି। ସେମାନଙ୍କ ସହିତ ମଧ୍ୟ ବାର୍ତ୍ତାଳାପର ସୁଯୋଗ ପାଇଛି। ଗେମ୍‌ ପାଇଁ ସେମାନେ କିଭଳି ନିଜକୁ ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ମୁଁ ଉଭୟଙ୍କ ସହିତ କଥା ହୋଇଛି। ବାସ୍ତବିକ ଏହା ଉପଭୋଗ୍ୟ ଥିଲା। ଦ୍ୱିତୀୟ ଦିବସ ଖେଳ ମଧ୍ୟାହ୍ନଭୋଜନ ବେଳେ ଅଷ୍ଟ୍ରେଲୀୟ ସ୍ପିଡ୍‌ଷ୍ଟର ଜେମ୍ସ ପ୍ୟାଟିନସନ ମାକ୍ସକୁ ଏକ ଜର୍ସି ଉପହାର ଦେଇଥିଲେ, ଯେଉଁଥିରେ ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri