ଆଶାରେ ସର୍ବରୀ

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ୟଶରାଜ ଫିଲ୍ମସ ପରି ନାମୀ ବ୍ୟାନରରେ ବ୍ରେକ୍‌ ପାଇବା କ’ଣ ସହଜ କଥା। ଯେତେବେଳେ ତାଙ୍କୁ ଏହି ଅଫର ମିଳିଳା ସେତେବେଳେ ତାହାକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ ନବାଗତା ସର୍ବରୀ ଓ୍ବ। ଏ ନେଇ ସର୍ବରୀ କହନ୍ତି, ‘ଭାଗ୍ୟରେ ଥିଲେ ୟଶରାଜ ଫିଲ୍ମସ ପରି ବ୍ୟାନରରେ କାମ କରିବାର ସୁଯୋଗ ମିଳେ। ଏ ନେଇ ଆଦିତ୍ୟ ଚୋପ୍ରାଙ୍କୁ ଯେତେ ଧନ୍ୟବାଦ ଦେବି ତାହା ସେତେ କମ ହେବ। ତେବେ ଆଗକୁ କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ହଜାରେ ଥର ଚିନ୍ତା କରିବି। କାରଣ ମୋ କ୍ୟାରିୟରକୁ ନେଇ ମୁଁ ବେଶ୍‌ ସଚେତନ।’ ସୂଚନାଯୋଗ୍ୟ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଯାଉଥିବା ନୂଆ ହିନ୍ଦୀ ସିନେମା ‘ବଣ୍ଟି ଔର ବବଲି-୨’ର ନାୟିକା ସାଜୁଛନ୍ତି ସର୍ବରୀ।

Share