Categories: ଖେଳ

ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱ ଚାମ୍ପିୟନ୍‌ ହେଲୁ:ମୋର୍ଗାନ

ଲର୍ଡସ, ୧୬।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର ପାଇଁ ଟାଇଟଲ ବିଜୟୀ ହୋଇଛି। ବିଶ୍ୱବିଜେତା ହେବା ପରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ବିଜୟର ଶ୍ରେୟ ‘ଆଲ୍ଲା’(ଭଗବାନ)ଙ୍କୁ ଦେଇଛନ୍ତି। ସେ କହିଛନ୍ତି, ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱବିଜୟୀ ହୋଇପାରିଛୁ। ମ୍ୟାଚ ପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କ’ଣ ଆପଣ ଲକ (ଭାଗ୍ୟ) ଯୋଗୁ ବିଶ୍ୱବିଜୟୀ ହୋଇଛନ୍ତି ବୋଲି ମୋର୍ଗାନଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ମୁଁ ଆଦିଲ ରଶିଦଙ୍କ ସହ କଥା ହୋଇଥିଲି। ସେ ମୋତେ କହିଥିଲେ, ଆଲ୍ଲା ଆମ ସହ ଅଛନ୍ତି। ତେଣୁ ଆଲ୍ଲା ଆମ ସହ ଥିବାରୁ ଆମେ ବିଶ୍ୱ ବିଜେତା ହେଲୁ ବୋଲି ସେ କହିଛନ୍ତି। ମୋର୍ଗାନଙ୍କ କହିଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଚାରିଆଡେ ପ୍ରଶଂସା କରାଯାଇଛି।

Share