ଆଲେକ୍ସି ଲିଓନୋଭ୍‌ଙ୍କ ପରଲୋକ

ମସ୍କୋ,୧୨ା୧୦: ୧୯୬୫ରେ ସ୍ପେସ୍‌ଓ୍ବାକ୍‌ (ମହାକାଶରେ ପଦଚାରଣ) କରିବାରେ ପ୍ରଥମ ବ୍ୟକ୍ତି ସୋଭିଏଟ୍‌ ଯୁଗର ମହାକାଶଚାରୀ ଆଲେକ୍ସି ଲିଓନୋଭ୍‌ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ସମ୍ମାନ ‘ହିରୋ ଅଫ୍‌ ଦି ସୋଭିଏଟ୍‌ ୟୁନିୟନ’ ଭାବେ ଦୁଇଥର ସମ୍ମାନିତ କରାଯାଇଥିଲା। ୧୯୬୧ରେ ପ୍ରଥମ ବ୍ୟକ୍ତି ଭାବେ ମହାକାଶକୁ ଯାଇଥିବା ୟୁରି ଗାଗାରିନ୍‌ଙ୍କର ସେ ଘନିଷ୍ଠ ବନ୍ଧୁ ଥିଲେ। ଏହାର ୪ ବର୍ଷ ପରେ ଲିଓନୋଭ୍‌ ଭୋସ୍କୋଡ୍‌-୨ ମିଶନରେ ଯାଇ ୧୨ ମିନିଟ ୯ ସେକେଣ୍ଡ ସ୍ପେସ୍‌ଓ୍ବାକ୍‌ କରି ଇତିହାସ ରଚିଥିଲେ। ସଫଳ ସ୍ପେସ୍‌ଓ୍ବାକ୍‌ ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲାବେଳେ ସେମାନଙ୍କ ମହାକାଶ ଯାନ ସାଇବେରିଆ ଜଙ୍ଗଲରେ ଅବତରଣ କରିଥିଲା।

Share